
ଶିବକୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ସହିତ ୬ଟି ମନ୍ତ୍ରୀମଣ୍ଡଳର ଅଫର ଦେଲେ ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତୃତ୍ୱ ଡି.କେ. ଶିବକୁମାରଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ବାସଭବନରେ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସିଦ୍ଧରମୈୟା ରାହୁଲ ଗାନ୍ଧୀଙ୍କ ସହ ପ୍ରାୟ ଅଧ ଘଣ୍ଟା ଆଲୋଚନା କରିଥିବାବେଳେ ଶିବକୁମାର ତାଙ୍କ ସହ ଏକ ଘଣ୍ଟାରୁ ଅଧିକ ସମୟ କଥା ହୋଇଥିଲେ। ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଶିବକୁମାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପହଞ୍ଚିଥିଲେ।
ତେବେ ଏହା ମଧ୍ୟରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏକ ବିଶେଷ ସୂତ୍ରରୁ ଏକ ରିପୋର୍ଟ ହସ୍ତଗତ ହୋଇଛି। ସୂତ୍ର ମୁତାବକ, ସିଦ୍ଧରମୈୟା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ସେ ଆସନ୍ତାକାଲି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ । ଏହାପରେ ସେ ଏକା ଶପଥ ନେବେ । ଗୋଟିଏ ପଟେ ଦଳ ବଡ଼ କଷ୍ଟରେ କର୍ଣ୍ଣାଟକ ହାତେଇଥିବା ବେଳେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଭଳି ଦଳରେ କନ୍ଦଳ ସୃଷ୍ଟି ନହେଉ, ସେନେଇ କଂଗ୍ରେସ ଆଶଙ୍କା ମଧ୍ୟରେ ରହିଛି । ତେଣୁ ହାତେ ମାପି ଚାଖଣ୍ଡେ ନୀତି ଆପଣାଇ ଚାଲୁଛି କଂଗ୍ରେସ ।