ରାହୁଲ ଗାନ୍ଧୀ ଫେରିପାଇଲେ ସାଂସଦ ପଦ

ନୂଆଦିଲ୍ଲୀ : ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ସୋମବାର ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ମାର୍ଚ୍ଚ ୨୪ ତାରିଖରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ। ମୋଦୀ ସାଙ୍ଗିଆ ମାମଲାରେ ସାଂସଦ ପଦ ହରାଇଥିଲେ। ସୁରତ କୋର୍ଟଙ୍କ ଦଣ୍ଡାଦେଶ ପରେ ସାଂସଦ ପଦ ହରାଇଥିଲେ। ଗତ ଶୁକ୍ରବାର ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌‌ ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ରୋକ୍‌‌ ପରେ ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ।

ସୂଚନା ଯୋଗ୍ୟ,କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗତ ଶୁକ୍ରବାର ବଡ ଆଶ୍ୱସ୍ତି ମିଳିଥିଲା। ମୋଦୀ ସାଙ୍ଗିଆ ମାମଲାରେ ରାହୁଲଙ୍କ ଦଣ୍ଡ ଉପରେ ରୋକ୍‌‌ ଲଗାଇଥିଲେ ସୁପ୍ରିମକୋର୍ଟ। ମାନହାନୀ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରୁ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଥିଲା । ଚୂଡାନ୍ତ ଶୁଣାଣି ନ ହେବା ଯାଏଁ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡ ଉପରେ ରୋକ ଲଗାଇଛନ୍ତି। ସୁରତ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡ ଶୁଣାଇଥିଲେ। ଏହାସହ ୨ ବର୍ଷ ଜେଲ୍‌‌ ଦଣ୍ଡାଦେଶକୁ କାଏମ ରଖିଥିଲେ ହାଇକୋର୍ଟ।

Related Articles

Back to top button