ହନୁମାନ ହୋଇ ଗଦା ଧରିଲେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ବ୍ୟସ୍ତ ଅଛନ୍ତି । ଦେଶର ପୂର୍ବୋତ୍ତର ରାଜ୍ୟରୁ ସେ ଏହାର ଆରମ୍ଭ କରିଛନ୍ତି । ମଣିପୁରରୁ ଆରମ୍ଭ ଏହି ଯାତ୍ରା ମହାରାଷ୍ଟ୍ରରେ ଯାଇ ଶେଷ ହେବ । ଏବେ ରାହୁଲ ଗାନ୍ଧୀ ମଣିପୁରରୁ ବାହାରି ଆସାମର ଜନତାଙ୍କୁ ଭେଟୁଛନ୍ତି । ଏହି କ୍ରମରେ ସେ ଆସାମର ମାଜୁଲି ଜିଲ୍ଲାରେ ପହଞ୍ଚିଛନ୍ତି ।

ଏଠାରେ ସେ ସ୍ଥାନୀୟ ଧାର୍ମିକ ଉନିୟାତି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏଠାକୁ ଯିବା ଲାଗି ସେ ଡଙ୍ଗାର ସାହାରା ନେଇଛନ୍ତି । ଏହି କାର୍ଯ୍ୟକ୍ରମରୁ ରାହୁଲଙ୍କ ଏକ ଫଟୋ ସାମ୍ନାକୁ ଆସିବାରେ ଲାଗିଛି ଯେଉଁଥିରେ ସେ ହନୁମାନଜୀଙ୍କ ମୁଖା ପିନ୍ଧିବା ସହିତ ହାତରେ ଗଦା ଧରିଛନ୍ତି । ଏଠାରେ ମୁଖା ନିର୍ମାଣର ପାରମ୍ପାରିକ କଳାକୁ ପ୍ରୋତ୍ସାହନ ଦେବା ଲାଗି ରାହୁଲ ଗାନ୍ଧୀ ଏହା କରିଛନ୍ତି । ଏହାପରେ ସେ ଉନିୟାତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।ନିଜର ଫଟୋ ସେୟାର କରି ରାହୁଲ ଲେଖିଛନ୍ତି ଆଜି ଆସାମର ବ୍ରହ୍ମପୁତ୍ର ନଦୀରେ ଯାତ୍ରା କରି ଶ୍ରୀ ଶ୍ରୀ ଉନିୟାତି ଛତ୍ରର ଦର୍ଶନରେ ଆସି ପହଞ୍ଚିଲି । ସାଂସ୍କୃତିକ ରୂପରେ ସମୃଦ୍ଧ ଶଙ୍କର ଦେବଙ୍କ ଏହି ଭୂମି ଆମକୁ ସମସ୍ତଙ୍କୁ ସାଥୀରେ ଚାଲିବାର ଶିକ୍ଷା ଦେଇଥାଏ ।

Related Articles

Back to top button