ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ଭାରତୀୟ ସେନା ବାହିନୀରେ ଯୋଗଦେବା ପାଇଁ ଅନଲାଇନ ପଞ୍ଜୀକରଣ

ଭୁବନେଶ୍ୱର : ଭାରତୀୟ ‌ସେନା ବାହିନୀରେ ଯୋଗଦେବା ପାଇଁ ଦେଶବ୍ୟାପୀ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଜେସିଓ/ଓଆର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ଓ ପରୀକ୍ଷା ପଦ୍ଧତିକୁ ସଂପର୍କରେ କଟକ ଆର୍ମି ରିକ୍ରୁଟମେଣ୍ଟ୍‌ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ‌

ଏହାର ଆବେଦନ ପ୍ରକ୍ରିୟା ଅନଲାଇନ୍ ହେବ। ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ନିଜର ଆଧାରକାର୍ଡ ଓ ମାଟ୍ରିକ୍ ସାର୍ଟିଫିକେଟ ଦେଇ ନାମ ପଞ୍ଜିକରଣ କରିବେ। ପ୍ର‌ାର୍ଥୀଙ୍କୁ ଏଥିପାଇଁ ୨୫୦ ଟଙ୍କା ଦେୟ( ଫି) ଦେବାକୁ ହେବ। ଅନଲ‌ାଇନରେ ଫି ଜମା କରିବା ପରେ ରୋଲ ନମ୍ବର ଦିଆଯିବ। ଇମେଲ ଓ ମୋବାଇଲ ନମ୍ବରରେ ଏ ବାବଦରେ ସୂଚନା ଦିଆଯିବ। ତେବେ ଏହି ପରୀକ୍ଷା ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି।

ପ୍ରଥମ ପର୍ଯ୍ୟ‌ାୟରେ କମନ ଏଣ୍ଟ୍ରାନ୍‌ସ ପରୀକ୍ଷା ଅନୁଷ୍ଠିତ ହେବ। ଅନଲ‌ାଇନରେ ଏହି କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା କରାଯିବ। ଏଥିରେ ସଫଳ ପ୍ରାର୍ଥୀମାନେ ସେନା ନିଯୁକ୍ତି ରୢାଲିରେ ଯୋଗଦେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ‌ସେମାନଙ୍କର ଫିଜିକାଲ ଟେଷ୍ଟ୍‌ କରାଯିବ। ଏଥିରେ କୃତକାର୍ଯ୍ୟ ହେଲେ ଯୋଗ୍ୟ ପ୍ରାର୍ଥୀଙ୍କ ମେଡିକାଲ ଟେଷ୍ଟ୍‌( ସ୍ବାସ୍ଥ୍ୟ ପରୀକ୍ଷା) କରାଯିବ। ପରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ। ଦେଶର ୧୭୬ଟି ସ୍ଥାନରେ ଏଥିପାଇଁ କମନ ଏଣ୍ଟ୍ରାନ୍‌ସ ଟେଷ୍ଟ୍ କରାଯିବ।

ପ୍ରାର୍ଥୀମାନେ ସେଥିରୁ ୫ଟି କେନ୍ଦ୍ର ବାଛିବେ। ପରେ ତାଙ୍କୁ ଏକ ନିର୍ଦିଷ୍ଟ କେନ୍ଦ୍ରରେ ପରୀକ୍ଷା ପାଇଁ ଅନୁମତି ମିଳିବ। କମନ ଏଣ୍ଟ୍ରାନ୍‌ସ ପରୀକ୍ଷା ପାଇଁ ସୂଚନା ପ୍ରଦାନ କରିବା ପାଇଁ କଟକ ଏଆରଓରେ ଏକ ହେଲପ୍ ଡେସ୍କ୍ ଖୋଲାଯାଇଛି। ଏଥିପାଇଁ ୭୯୯୬୧୫୭୨୨୨ରେ ‌ଯୋଗ‌ା‌ଯୋଗ କରିବାକୁ କୁହାଯାଇଛି।

Related Articles

Back to top button