ଭୋପାଳରେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ବିବାଦ ଘେରରେ ରାହୁଲ ଗାନ୍ଧୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭୋପାଳ ଗସ୍ତକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। କଂଗ୍ରେସର ‘ସଂଗଠନ ସୃଜନ ଅଭିଯାନ’ ଶୁଭାରମ୍ଭ ଲାଗି ରାହୁଲ ଭୋପାଳ ଗସ୍ତ କରିଥିଲେ। ତେବେ ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାହୁଲଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାହୁଲ ବି ପୁଷ୍ପାଞ୍ଜଳି ଦେଇ ଶଦ୍ଧାଞ୍ଜଳି ଜଣାଇଥିଲେ। କିନ୍ତୁ ପାଦରୁ ଜୋତା ଖୋଲି ନ ଥିଲେ। ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ବିଜେପି ରାହୁଲଙ୍କୁ କଡ଼ା ସମାଲୋଚନା କରିଛି।ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କୁ ଏଠାକୁ ଆସିବାର ଅଧିକାର ରହିଛି। ଭଲ କଥା ଯେ, ରାହୁଲ ଆମ ରାଜ୍ୟକୁ ଆସିଲେ। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ସେ ଜୋତା ଖୋଲିଲେ ନାହିଁ, ଯାହା ଆମ ସଂସ୍କାର ବିରୋଧୀ। ସେ ଏସବୁ ପ୍ରତି ଧ୍ୟାନ ଦେବା ଉଚିତ।

Related Articles

Back to top button