ସମ୍ଭଲ ଯାଇନପାରି ଦିଲ୍ଲୀ ଫେରିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ସମ୍ଭଲ ଯାଇନପାରି ଦିଲ୍ଲୀ ଫେରିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପୋଲିସ ତାଙ୍କୁ ଗାଜିପୁର ସୀମାରେ ଅଟକାଇଛି । ରାହୁଲଙ୍କ ସହ ତାଙ୍କ ଭଉଣୀ ତଥା ୱାୟନାଡ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଥିଲେ । ସେପଟେ ପୋଲିସ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ନୋଟିସ ଦେଇଛି । ରାହୁଲ ଏବଂ ପ୍ରିୟଙ୍କାଙ୍କୁ ପୋଲିସ କହିଛି ଯେ ସମ୍ଭଲରେ ବିଏନଏସର ଧାରା ୧୬୩ ଲାଗୁ ହୋଇଥିବାରୁ ପ୍ରଶାସନ ନିଷେଧାଦେଶ ଜାରି କରିଛି ତେଣୁ ସେମାନେ ସେଠାକୁ ଯାଇପାରିବେ ନାହିଁ । ସେପଟେ ରାହୁଲ ପୋଲିସକୁ ଅନୁରୋଧ କରିଥିବା ସୂଚନା ମିଳିଛି।ବୁଧବାର ସମ୍ଭଲ ଯାତ୍ରା ପାଇଁ ଯୋଜନା କରିଥିଲେ।

ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲକୁ କୌଣସି ବାହାର ଲୋକ ପ୍ରବେଶ କରିପାରିବେନି ବୋଲି ଉତ୍ତରପ୍ରଦେଶ ପ୍ରଶାସନ କହିବା ପରେ ତାଙ୍କୁ ଫେରିବାକୁ ପଡିଛି । ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ଉଲ୍ଲେଖଯୋଗ, ୫ ଜଣ କଂଗ୍ରେସ ସାଂସଦଙ୍କ ସହ ରାହୁଲ ଗାନ୍ଧୀ ଆସନ୍ତାକାଲି ସମ୍ଭଲ ଗସ୍ତ କରିବା ପାଇଁ ଯୋଜନା କରିଥିଲେ । ଅନ୍ୟପଟେ ୟୁପି କଂଗ୍ରେସ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେଙ୍କ କହିବାନୁସାରେ, ରାହୁଲ ଗାନ୍ଧୀ ତାଙ୍କୁ ଏକୁଟିଆ ଯିବାକୁ ପୋଲିସକୁ ଅନୁରୋଧ କରିଛନ୍ତି । ଯଦି ତୁମେ ମୋ କାରରେ ଯିବାକୁ ଚାହୁଁନାହଁ, ତେବେ ମୋତେ ତୁମ କାରରେ ନେଇଯାଅ । ତେବେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଏହାର ଅନୁମତି ଦେଇନାହିଁ । ସୂଚନା ଅନୁଯାୟୀ, ରାହୁଲଙ୍କ ଏହି ପ୍ରସ୍ତାବ ଉପରେ ପୋଲିସ ଏବଂ ପ୍ରଶାସନିକ କର୍ମଚାରୀ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ।

Related Articles

Back to top button