୪ ପ୍ରତିଶତ ବଢ଼ିବ ରେଳ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଲକ୍ଷ ଲକ୍ଷ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ନେଇ ଘୋଷଣା କରାଯାଇଛି । ରେଲ କର୍ମଚାରୀଙ୍କ ଡିଏରେ ସଂଶୋଧନ କରାଯାଇଥିବା ନେଇ ରେଲୱେ ବୋର୍ଡ ଆୟୋଗ-ଭିଆଇଆଇ ଓ ଏଚଆରଏମଏସ ପକ୍ଷରୁ ଜାରି ପତ୍ରରେ କୁହାଯାଇଛି । ତେବେ ଏହା ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖରୁ ଲାଗୁ ହୋଇଥିବା କୁହାଯାଇଛି ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ରେଲୱେ ବୋର୍ଡର ପରିଚୟ ପତ୍ର ମୁତାବକ, ରେଲୱେ କର୍ମଚାରୀଙ୍କ ସଂଶୋଧିତ ମହଙ୍ଗା ଭତ୍ତା ସମ୍ବନ୍ଧରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଗତବର୍ଷ ଅକ୍ଟୋବର ମାସ ୪ ତାରିଖରେ ଏକ ପତ୍ର ଜାରି କରାଯାଇଥିଲା । ରେଳ କର୍ମଚାରୀଙ୍କୁ ଡିଏ ପ୍ରଦାନ କରିବାକୁ ରାଷ୍ଟ୍ରପତିଙ୍କ ତରଫରୁ ନିଷ୍ପତ୍ତି ହୋଇଥିବା ବେଳେ ଏହି ଡିଏ ଗତ ଜାନୁଆରୀ ମାସ ୧ ତାରିଖରୁ ପ୍ରଭାବୀ ହୋଇଯାଇଛି ।
ରେଲୱେ ବୋର୍ଡ ପକ୍ଷରୁ ଜାରି ପତ୍ରରେ କୁହାଯାଇଛି, କର୍ମଚାରୀଙ୍କ ବେତନରେ ପୂର୍ବରୁ ଥିବା ୩୮ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ହୋଇ ୪୨ ପ୍ରତିଶତ ହୋଇଯିବ । ଡିଏ କର୍ମଚାରୀଙ୍କ ବେତନର ଏକ ଅଂଶ ହୋଇ ରହିବ । ଏହି ନିୟମ ୧୩୦୩ (ଏଫଆର ୯ (୨୧)), ଭାରତୀୟ ରେଲସ୍ଥେ ସ୍ଥାପନା କୋଡ, ଭଲ୍ୟୁମ-ଦୁଇ (ଷଷ୍ଠ ସଂସ୍କରଣ- ୧୯୮୭)ର ଦ୍ୱିତୀୟ ପୁନମୁଦ୍ରଣ ୨୦୦୫ର ଅଧିନରେ ବେତନ ଭାବେ ଗ୍ରହଣ କରାଯିବ ନାହିଁ ।