ଯାତ୍ରୀଙ୍କଠୁ ଟିକେଟରେ ୨୦ ଟଙ୍କା ଅଧିକ ନେଇଥିବାରୁ ରେଳବାଇକୁ ୧୦ ହଜାର ଟଙ୍କାର ଜରିମାନା

ମଥୁରା: ଟିକେଟ ଦାମ ଯେତିକି ଥିଲା, ତାହାଠାରୁ ଅଧିକ ୨୦ ଟଙ୍କା ଆଦାୟ କରିବା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । ବାସ୍ତବରେ ଏହି ମାମଲାଟି ୨୩ ବର୍ଷ ତଳର ହୋଇଥିବାବେଳେ ଏବେ ରେଳବାଇକୁ ଜରିମାନା ଦେବାକୁ ପଡିବ। ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୨୫, ୧୯୯୯ରେ ଦୁଇଜଣ ଯାତ୍ରୀ ମଥୁରାରୁ ମୋରାଦାବାଦକୁ ଟ୍ରେନ ଯୋଗେ ଯାଉଥିଲେ । ଆଉ ଟିକେଟ୍ ମୂଲ୍ୟ ୩୫ ଟଙ୍କା ଥିବାବେଳେ ଟିଟିଆଇ ଦୁଇଟି ଟିକେଟ୍ ପାଇଁ ୯୦ ଟଙ୍କା ଆଦାୟ କରିଥିଲେ। ଏହା ପରେ ଯାତ୍ରୀ ମଥୁରା ଗ୍ରାହକ ଫୋରମରେ ଅଭିଯୋଗ କରିଥିଲେ। ମଥୁରା ଓକିଲ ତୁଙ୍ଗନାଥ ଚତୁର୍ବେଦୀ ଏହି ମାମଲା ଲଢୁଥିଲେ । ଟିକେଟ ଦାମଠାରୁ ଅତିରିକ୍ତ ୨୦ ଟଙ୍କା ଆଦାୟ କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ । ତେବେ ଗ୍ରାହକ ଫୋରମ୍ ଏହାର ରାୟ ଦେବାବେଳେ ଯାତ୍ରୀଙ୍କୁ ଉପରେ ୨୦ ଟଙ୍କା ବଦଳରେ ୧୫,୦୦୦ ଟଙ୍କା ଦେବାକୁ କହିଥିଲେ । ଏହି ରାୟ ବିରୋଧରେ ରେଳବାଇ, ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ନିକଟକୁ ଯାଇ ଗ୍ରାହକ ଫୋରମର ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲା। ଆଉ ୬ମାସର ଅନୁସନ୍ଧାନ ପରେ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଏହି ପ୍ରସଙ୍ଗରେ ରେଳବାଇକୁ ଦାୟୀ କରିଛନ୍ତି। ତେବେ କିଛି ଦିନ ପୂର୍ବରୁ ଫୋରମ୍ ଜରିମାନା ପରିମାଣକୁ ୫୦୦୦ ଟଙ୍କା କମାଇଦେଇଛନ୍ତି । ଅବଶିଷ୍ଟ ରାଶି ୩୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓକିଲ ତୁଙ୍ଗନାଥ ଚତୁର୍ବେଦୀ କହିଛନ୍ତି ଯେ ଗତ ୨୩ ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ଏହାର ଭୁଲକୁ ସ୍ୱୀକାର କରିନଥିଲା । ସେ କହିଛନ୍ତି ଯେ ଆଇନଗତ ପ୍ରକ୍ରିୟାରେ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମୁଁ ୨୦ ଟଙ୍କା ନୁହେଁ ବରଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ମାମଲା ଲଢ଼ିଛି ।

Related Articles

Back to top button