ରାତିରେ ୪ଟି କିମ୍ବା ୬ଟି କିସ୍‌ମିସ୍‌କୁ ପାଣିରେ ଭିଜାଇ ଦୈନିକ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଦିନକୁ ଦିନ ମଣିଷମାନଙ୍କ ଆୟୁ ହ୍ରାସ ପାଇ ପାଇ ଚାଲିଛି। ତାହାର ଏକ ପ୍ରମୁଖ କାରଣ ହେଉଛି ଖାଦ୍ୟ। ଆମେ ଯଦି ଆମ ଯୁବାବସ୍ଥାରେ ଉତ୍ତର ଖାଦ୍ୟ ନଖାଇବା ବୟସ ବଢ଼ିଲେ ନାନା ରୋଗ ମାଡ଼ି ବସିବ। ଖାଲି ବୟସ ବଢ଼ିଲେ କାହିଁକି, ଆଜି କାଲି ତ କମ୍‌ ବୟସର ପିଲାଙ୍କୁ ବି ବିଭିନ୍ନ ରୋଗ ମାଡ଼ି ବସୁଛି। ତେବେ ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ବାରା ଅନେକ ରୋଗରୁ ଉପଶମ ମିଳିପାରେ ଓ ଅନେକ ରୋଗ ହେବାର ସମ୍ଭାବନା ବି ହ୍ରାସ ପାଏ।

ଅଙ୍ଗୁରକୁ ଶୁଖାଇ କରି କିସ୍‌ମିସ୍‌ ତିଆରି କରାଯାଏ ବୋଲି ଏକଥା ପ୍ରାୟ ସମେସ୍ତ ଜାଣନ୍ତି। ମାତ୍ର କିସ୍‌ମିସ୍‌ ସଂପକରେ ଆହୁରି ଗୁଡ଼ାଏ କଥା ଅଛି ଯାହା ହୁଏତ ଆପଣ ଜାଣନଥିବେ। କିସ୍‌ମିସ୍‌ ଖାଇବା ଦ୍ୱାରା ଉତ୍ତମ ହଜମ ହେବା ସହ କୋଷ୍ଟକାଠିନତା ବି ଦୂର ହୋଇଥାଏ। ଶରୀରରେ ଆଇରନ୍‌ ସ୍ତର ବଢ଼ାଇବା ପାଇଁ ଏହା ଅତ୍ୟନ୍ତ ଅବର୍ଥ୍ୟ ଖାଦ୍ୟ ଭାବେ କାର୍ଯ୍ୟ କରେ। ଥଣ୍ଡା, ଜ୍ୱର, କାଶ ଆଦି ରୋଗରେ ନିରାକରଣ ବି ଏଥିରେ ରହିଛି ବୋଲି ଗବେଷକମାନେ ମତ ଦେଇଛନ୍ତି।

କେବଳ ସେତିକି ନୁହେଁ ଏହାର ସକରାତ୍ମକ ପ୍ରଭାବ ଆଖି, ଦାନ୍ତ କେଶ ଓ ହାଡ଼ ଆଦିରେ ପଡ଼ିଥାଏ। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ପଟ୍ଟାସିୟମ୍‌, ଫସ୍‌ଫରସ୍‌ ଏବଂ ମାଗ୍‌ନେସିୟମ ଆଦି ରହିଛି। ଏହାବ୍ୟତୀତ ଏଥିରେ ଭିଟାମିନ, ସି, ଏକ ଏବଂ ବି-୬ ମଧ୍ୟ ରହିଛି।

ରାତିରେ ୪ଟି କିମ୍ବା ୬ଟି କିସ୍‌ମିସ୍‌କୁ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ଉଠି ଦାନ୍ତ ଘସିବା ପରେ ଖାଲି ପେଟରେ ସେହି ପାଣି ମିଶା କିସ୍‌ମସ୍‌କୁ ଖାଇଦିଅନ୍ତୁ।

ଯେଉଁମାନଙ୍କର ସ୍ୱାସ୍ଥ୍ୟ ସହଜରେ ଲାଗେ ନାହିଁ ସେମାୋନ କିସ୍‌ମିସ୍‌ ଖାଇପାରନ୍ତି। ଏହା ଶରୀରରେ ଅତିରିକ୍ତ ଚର୍ବି ନବନାଇ ବ୍ୟକ୍ତିକୁ ମୋଟା ହେବାରେ ସହାୟ ହୋଇଥାଏ।

କିସ୍‌ମିସ୍‌ରେ କର୍କଟ ରୋଗକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ଏହାଛଡ଼ା ହୃଦ୍‌ରୋଗ, ମଧୁମେହ, ନିଦ୍ରାହୀନତା, ତ୍ୱଚା, କେଶ, କିଡନୀ ଜନିତ ରୋଗ ଆଦି ମଧ୍ୟ ଦୂର ହୋଇଥାଏ ଏହାକୁ ଖାଇବା ଦ୍ବାରା।

Related Articles

Back to top button