
ରାଜ ଠାକରେ ଓ ଉଦ୍ଧବ ଠାକରେ ମିଳିତ ରାଲି କରୁଛନ୍ତି
ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଏହା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଆଜି ରାଜ ଠାକରେ ଓ ଉଦ୍ଧବ ଠାକରେ ମିଳିତ ରାଲି କରୁଛନ୍ତି । ଏହି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନାର ରାଜ ଠାକରେ କହିଛନ୍ତି, ଯାହା ବାଲ ଠାକରେ କରି ପାରିଲେ ନାହିଁ, ତାହା ଆଜି ଦେବେନ୍ଦ୍ର ଫଡଣଭିସ କରି ଦେଖାଇଲେ । ଆମ ଦୁଇ ଭାଇଙ୍କୁ ସେ ଏକାଠି ଛିଡା କରାଇ ଦେଲେ । ଏହି ଅବସରରେ ଉଦ୍ଧବ ଠାକରେ ମଧ୍ୟ ରାଜ ଠାକରେଙ୍କ ସହ ସ୍ୱର ମିଳାଇଛନ୍ତି । ଏବେ ଆମେ ଏକାଠି ଆସିଲୁ ଏବଂ ଏକାଠି ହିଁ ରହିବୁ । ଆମକୁ ବ୍ୟବହାର କରି ଫିଙ୍ଗି ଦେଇଥିବା ଲୋକଙ୍କୁ ଆମେ ଫିଙ୍ଗି ଦେବୁ ।
ଏହି ଅବସରରେ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଆପଣ ଆମର ବହୁତ ବ୍ୟବହାର କଲେ । ଯଦି ଆପଣଙ୍କ ପାଖରେ ବାଲାସାହେବ ଠାକରେଙ୍କ ସମର୍ଥନ ମିଳି ନ ଥାନ୍ତା ତେବେ ଆପଣଙ୍କୁ ମହାରାଷ୍ଟ୍ରରେ କିଏ ଜାଣିଥାନ୍ତା ? ଆପଣ ଆମକୁ ହିନ୍ଦୁତ୍ୱ ଶିଖାଇବାକୁ କିଏ ? ଉଦ୍ଧବ କହିଛନ୍ତି, ଯେବେ ମୁମ୍ବାଇରେ ଦଙ୍ଗା ହେଉଥିଲା, ମରାଠା ଲୋକେ ମହାରାଷ୍ଟ୍ରରେ ସମସ୍ତ ହିନ୍ଦୁଙ୍କୁ ବଞ୍ଚାଇଥିଲେ । ଯଧି ଆପଣ ବିରୋଧ କରୁଥିବା, ନ୍ୟାୟ ପାଇଁ ଲଢେଇ କରୁଥିବା ମରାଠି ଲୋକଙ୍କୁ ଗୁଣ୍ଡା କହୁଛନ୍ତି, ତେବେ ଠିକ୍ କଥା ଆମେ ଗୁଣ୍ଡା । ଏହି ଅବସରରେ ରାଜ ଠାକରେ କହିଛନ୍ତି, ହିନ୍ଦୀ ବହୁତ ଭଲ ଭାଷା । ଆମକୁ ହିନ୍ଦୀ ଭାଷା ଭଲ ଲାଗେ । ଦେଶର ସମସ୍ତ ଭାଷା ଭଲ । ରାଜ ଠାକରେ କହିଛନ୍ତି ମହାରାଷ୍ଟ୍ର ସରକାର ମରାଠି ଲୋକଙ୍କ ସହିତ ଦୃଢତାର ସହ ଛିଡା ହୋଇ ଥିବାରୁ ତିନି ଭାଷା ଫର୍ମୁଲା ଉପରେ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର । ରାଜ ଠାକରେ କହିଛନ୍ତି, ଭାଷାର ବ୍ୟକ୍ତି ସହ କୌଣସି ସଂପର୍କ ନାହିଁ ।