
ଅଶୋକ ଗେହଲଟଙ୍କ ବଜେଟରେ ବଡ଼ ଘୋଷଣା: କରୋନାରେ ଅନାଥ ପିଲାଙ୍କୁ ସରକାରୀ ଚାକିରି ଯୋଗାଇ ଦେବା ସହ ୨୫ ଲକ୍ଷ ସ୍ବାସ୍ଥ୍ୟ ବୀମା
ଜୟପୁର: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଏକ ବଡ଼ ଘୋଷଣା କରାଯାଇଛି। କରୋନାରେ ଅନାଥ ପିଲାମାନଙ୍କୁ ସରକାରୀ ଚାକିରି ଯୋଗାଇ ଦେବା ସହ ୨୫ ଲକ୍ଷ ସ୍ବାସ୍ଥ୍ୟ ବୀମା, ଚାଷୀଙ୍କ ପାଇଁ ପେନସନ, ମାଗଣା ବସ୍ ସେବା ଆଦି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଛାତ୍ରୀଛାତ୍ରଙ୍କୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦିଆଯିବା ସହ ଛାତ୍ରୀଛାତ୍ର ସମସ୍ତ ନିଯୁକ୍ତି ପରୀକ୍ଷା ମାଗଣାରେ ଆବେଦନ କରିପାରିବେ। ସେହିପରି ରାଜ୍ୟର ସମସ୍ତ ୩୩ଟି ଜିଲାରେ ମେଡିକାଲ କଲେଜ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।