ଅଶୋକ ଗେହଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ

ରାଜସ୍ଥାନ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ତେଣୁ ଗେହଲଟଙ୍କୁ ସଙ୍ଗେସଙ୍ଗେ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ସବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ଜୟପୁରର ସବାଇ ମାନସିଂହ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ନିମନ୍ତେ ଆଡମିଟ୍ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଗେହଲଟ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ପାଦରେ ଚୋଟ ଲାଗିଥିବା ଜଣାପଡ଼ିଛି । ସେଥିପାଇଁ ସେ ଚିକିତ୍ସା ପାଇଁ ଜୟପୁରର ସବାଇ ମାନସିଂହ ହସ୍ପିଟାଲରେ ପହଞ୍ଚିଥିଲେ । ହସ୍ପିଟାଲରୁ ଚିକିତ୍ସା ସାରି ଫେରିବା ପରେ ଗେହଲଟଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଗେହଲଟ ଏକ ହୁଇଲ୍ ଚେୟାରରେ ବସିଥିବା ଦେଖାଯାଇଥିଲା ।

ମୁଖ୍ୟମନ୍ତ୍ରୀ ବାସଭବନରେ ଚାଲୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାଦରେ ଆଘାତ ଲାଗିଥିଲା । ମାତ୍ର ଗେହଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ତାହାକୁ ସରକାରୀ ଅଧିକାରୀମାନେ ଖଣ୍ଡନ କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏହାକୁ ନେଇ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରୁଛି । ରାଜ୍ୟରେ ଗେହଲଟ-ସଚିନ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା ଶୀତଳଯୁଦ୍ଧର ଅନ୍ତ ଘଟାଇବା ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରୟାସ କରୁଛନ୍ତି । ଗତ ୨୦୧୮ରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ କଂଗ୍ରେସ କ୍ଷମତା କାଏମ୍ ରଖିବାକୁ ରଣନୀତି ପ୍ରସ୍ତୁତ କରୁଛି ।

Related Articles

Back to top button