ପିଓକେର ଥିବା ସମସ୍ତେ ଆମ ନିଜର, ସେମାନଙ୍କୁ କେବଳ ଭ୍ରମିତ କରାଯାଉଛି : ରକ୍ଷାମନ୍ତ୍ରୀ

ରାଜନାଥ ସିଂହ ପାକିସ୍ତାନକୁ ଟାର୍ଗେଟ କରି ପିଓକେର କଥା କହିଛନ୍ତି । ସେ କହିଛନ୍ତି , “ପିଓକେର ଥିବା ସମସ୍ତେ ଆମ ନିଜର, ସେମାନଙ୍କୁ କେବଳ ଭ୍ରମିତ କରାଯାଉଛି। ପିଓକେ ଆମର ଏକ ଅଂଶ ଏବଂ ମୋର ବିଶ୍ବାସ, ଦିନେ ନା ଦିନେ ପିଓକେ ନିଜେ କହିବ ଯେ, ସେ ଭାରତର ଏକ ଅଂଶ।”ରାଜନାଥ ସିଂ କହିଛନ୍ତି, ପିଓକେ ଆମ ପାଇଁ ସେଇଭଳି, ଯେମିତି ମହାରାଣ ପ୍ରତାପଙ୍କ ପାଇଁ ତାଙ୍କ ଛୋଟ ଭାଇ ଶକ୍ତି ସିଂ ଥିଲେ । ସେ ଶକ୍ତି ସିଂହଙ୍କ ବିଷୟରେ କହିଥିଲେ ଯେ, ଯଦିଓ ଶକ୍ତି ସିଂ ଆମଠୁ ଏବେ ଅଲଗା ହୋଇଯାଇଛନ୍ତି, କିନ୍ତୁ ଯେତେଯାହା ହେଲେ ବି ସେ ଆମର ଭାଇ। ସେ ଯେଉଁଠାକୁ ବି ଯାଆନ୍ତୁ, ସେ ଆମ ପାଖକୁ ଫେରି ଆସିବେ। ସେହିପରି, ପିଓକେ କିଛି ସମୟ ପାଇଁ ଆମଠାରୁ ଅଲଗା ହୋଇଯାଇଛି । କିନ୍ତୁ ସେ ତାଙ୍କ ଭାଇଙ୍କ ପାଖକୁ ଫେରି ଆସିବେ। ପିଓକେରେ ରହୁଥିବା ଆମର ଏହି ଭାଇମାନଙ୍କର ଅବସ୍ଥା ଏବେ ସାହସୀ ଯୋଦ୍ଧା ମହାରାଣା ପ୍ରତାପଙ୍କ ସାନ ଭାଇ ଶକ୍ତି ସିଂହଙ୍କ ପରି।”

Related Articles

Back to top button