ଆସନ୍ତା ମାସରୁ ସପ୍ତାହରେ ୬ଦିନ ସାଧାରଣ ଜନତାଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଆସନ୍ତା ମାସରୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ଦିନ ସାଧାରଣ ଜନତାଙ୍କ ପାଇଁ ଖୋଲିବ । ପ୍ରଥର ଥର ପାଇଁ ସାଧାରଣ ଜନତାଙ୍କୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ ଦିନ ବୁଲି ଦେଖିବାର ସୁଯୋଗ ମିଳିବ  । ଏ ନେଇ ସୂଚନା ରାଷ୍ଟ୍ରପତି ଭବନ ଦାୟିତ୍ୱରେ ଥିବା ଅଧିକାରୀ ମଙ୍ଗଳବାର ଦେଇଛନ୍ତି   । ଜୁନ ୧ରୁ ପ୍ରତି  ମଙ୍ଗଳବାରରୁ ରବିବାର ଯାଏ ସାଧାରଣ ଜନତା ରାଷ୍ଟ୍ରପତି ଭବନ ବୁଲି ଦେଖିପାରିବେ । ତେବେ ସରକାରୀ ଛୁଟି ଦିନରେ ଏହା ବନ୍ଦ ରହିବ । ସକାଳ ସାଢ ୯ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ୭ଟି ସ୍ଲଟରେ ସାଧାରଣ ଜନତା ରାଷ୍ଟ୍ରପତି ଭବନ ବୁଲି ଦେଖି ପାରିବେ ।

ଏଥିସହିତ ରାଷ୍ଟ୍ରପତି ଭବନ ମ୍ୟଜିୟମ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ମଙ୍ଗଳବାରରୁ ରବିବାର ଯାଏ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ଦାୟିତ୍ୱରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି ।   ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ପ୍ରତି ଶନିବାର ୮ଟାରୁ ୯ଟା ପର୍ଯ୍ୟନ୍ତ  ହେବାକୁ ଥିବା ଗାର୍ଡ ସେରିମନି ମଧ୍ୟ ସାଧାରଣ ଲୋକ ଦେଖିପାରିବେ । ଯଦି ଶନିବାର କୌଣସି ସରକାରୀ ଛୁଟି ଦିନ ପଡେ କିମ୍ବା ରାଷ୍ଟ୍ରପତି ଭାବନର ବିଶେଷ କାରଣ ପାଇଁ ନିର୍ଦ୍ଦେଶ ଆସେ ସେଦିନ  ତେବେ ଗାର୍ଡ ସେରିମନି ବନ୍ଦ ରହିବ । ଭିଜିଟର ରାଷ୍ଟ୍ରପତି ଭବନ ବୁଲି ଦେଖିବା ପାଇଁ ୭ଟି ସ୍ଲଟ ମଧ୍ୟରୁ ଗୋଟିଏ ଅନଲାଇନରେ ଅଫିସିଆଲ ୱେବସାଇଟରୁ ବୁକ କରିପାରିବେ ।

ରାଷ୍ଟ୍ରପତି ଭବନ ପରିଦର୍ଶନକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମରେ ମୁ୍ଖ୍ୟ କୋଠା ଏବଂ ସେଣ୍ଟ୍ରାଲ ଲନ ସହ ମୁଖ୍ୟ ଘର, ୨ୟରେ ରାଷ୍ଟ୍ରପତି ଭବନର ମ୍ୟୁଜିୟମ କମ୍ପ୍ଲେକ୍ସ ଏବଂ ୩ୟରେ ରହିଛି ଅମୃତ ଉଦ୍ୟାନ, ହର୍ବାଲ ଗାର୍ଡନ, ମ୍ୟୁଜିକାଲ ଗାର୍ଡନ ଏବଂ ସ୍ପରିଚୁଆଲ ଗାର୍ଡନ ।

Related Articles

Back to top button