ଘରୋଇ ଟଙ୍କା ଟ୍ରାନ୍ସଫର ସେବାକୁ ନେଇ RBI ଗ୍ରହଣ କଲା କଡ଼ା ଆଭିମୁଖ୍ୟ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ଉଭୟ cash pay-in ଏବଂ cash pay out ସେବା ଉପରେ ନଜର ରଖିବା ପାଇଁ ଘରୋଇ ଟଙ୍କର ଟ୍ରାନ୍ସଫର ପାଇଁ ଢ଼ାଞ୍ଚା(framework)କୁ କଡ଼ାକଡ଼ି କରିଛି ।ବୁଧବାର RBI ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁ୍ୟଲାରରୁ ପ୍ରକାଶ କି cash pay out ସେବା କ୍ଷେତ୍ରରେ ରେମିଟ୍ ବ୍ୟାଙ୍କ ହିତାଧିକାରୀଙ୍କ ନାଁ ଏବଂ ଠିକଣା ରେକର୍ଡ଼ କରିବା ସହ ପ୍ରାପ୍ତ କରିବାକୁ ପଡ଼ିବ । ସେହିପରି cash pay-in ସେବା କ୍ଷେତ୍ରରେ ରେମିଟ୍ ବ୍ୟାଙ୍କ କିମ୍ବା ବିଜନେସ୍ କରେସପଣ୍ଡେନ୍ସମାନେ ମାଷ୍ଟର ନିର୍ଦ୍ଦେଶ ଅନୁଯାୟୀ remitter ଫୋନ୍ ନମ୍ବର ଏବଂ ସ୍ୱୟଂ ସ୍ୱୀକୃତିପ୍ରାପ୍ତ ଅଫିସିଆଲ ବୈଧ ଡକ୍ୟୁମେଣ୍ଟ (OVD) ଆଧାରରେ ପଞ୍ଜିକରଣ କରିବେ । ଜଣେ remitter ଦ୍ୱାରା କରାଯାଇଥିବା ପ୍ରତ୍ୟେକ କାରବାର ଆଡିସନାଲ ଫ୍ୟାକ୍ଟର ଅଫ୍ ଅଥେଣ୍ଟିକେସନ(AFA)) ଦ୍ୱାରା ବୈଧ କରିବାକୁ ପଡ଼ିବ । ରେମିଟ୍ ବ୍ୟାଙ୍କ କିମ୍ବା ବିଜନେସ୍ କରେସପଣ୍ଡେନ୍ସମାନେ Income Tax Act, 1961ର ପ୍ରୋଭିଜନ୍ସ ଏବଂ rules and regulations (ସମୟ ସମୟରେ ସଂଶୋଧିତ ହୋଇ)ର ପାଳନ କରିବେ ଯାହା ନଗଦ ଜମା ରାଶି ସହ ସମ୍ବନ୍ଧିତ । ରିମିଟର ଜଣଙ୍କ ବ୍ୟାଙ୍କ IMPS / NEFT ଟ୍ରାନଜାକସନ ମେସେଜର ଏକ ଅଂଶ ଭାବରେ remitter ବିବରଣୀ ଅନ୍ତର୍ଭୁକ୍ତ କରିବ । ପାଣ୍ଠି ସ୍ଥାନାନ୍ତରକୁ ଚିହ୍ନଟ କରିବା ପାଇଁ ଟ୍ରାନଜାକସନ୍ ବାର୍ତ୍ତାକୁ ଏକ ପରିଚାୟକ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ । ଅରବିଆଇ କହିଛି ଯେ କାର୍ଡ଼ ଟୁ କାର୍ଡ଼ ଟ୍ରାନ୍ସଫର ଉପରେ ଥିବା ନିର୍ଦ୍ଦେଶାବଳୀ DMT framework ଢ଼ାଞ୍ଚାର ଦୃଷ୍ଟିକୋଣରୁ ବାଦ୍ ଦିଆଯାଇଛି ଏବଂ ଏହିପରି ଉପକରଣଗୁଡ଼ିକ ପାଇଁ ଦିଆଯାଇଥିବା ନିଦେ୍ର୍ଦଶବଳୀ ଅନୁଯାୟୀ ପରିଚାଳିତ ହେବ । ଆରବିଆଇ ସ୍ପଷ୍ଟ କରିଛି ଯେ ୨୦୧୧ରେ DMT ପାଇଁ ଢ଼ାଞ୍ଚା ଆରମ୍ଭ ହେବା ପରଠାରୁ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଉପଲବ୍ଧତା, ପାଣ୍ଠି ସ୍ଥାନାନ୍ତରଣ ପାଇଁ ପେମେଣ୍ଟ ସିଷ୍ଟମରେ ବିକାଶ ଏବଂ KYC ଆବଶ୍ୟକତା ପୂରଣ କରିବାରେ ସହଜତା ବୃଦ୍ଧି ପାଇଛି । ପାଣ୍ଠି ସ୍ଥାନାନ୍ତରଣ ପାଇଁ ଉପଭୋକ୍ତାମାନଙ୍କର ଏକାଧିକ ଡିଜିଟାଲ ବିକଳ୍ପ ରହିଛି । ସାମ୍ପ୍ରତିକ ଢ଼ାଞ୍ଚାରେ ସୁବିଧାଜନକ ସେବାର ସମୀକ୍ଷା ପରେ ପରିବର୍ତ୍ତନ କରାଯିବ ବୋଲି RBI କହିଛି ।