ପୁରୁଣା ୫ ଟଙ୍କିଆ କଏନ୍ ପ୍ରଚଳନକୁ ବନ୍ଦ କଲା ଆରବିଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନେକ ସମୟରେ ନୂଆ ନୂଆ ମୁଦ୍ରା ବା କଏନ୍ ଜାରି କରିବା ସହ ଅନେକ ମୁଦ୍ରା/ କଏନକୁ ସବୁଦିନ ପାଇଁ ବନ୍ଦ ମଧ୍ୟ କରିଦେଇଥାଏ । ତେବେ ଗତ କିଛି ଦିନ ହେବ ଆପଣମାନେ ପୁରୁଣା ୫ ଟଙ୍କିଆ କଏନ୍ ଆଉ ଦେଖିବାକୁ ପାଉନଥିବେ । ବଜାରରେ ଏହି ପୁରୁଣା ୫ ଟଙ୍କିଆ କଏନ୍ ଧିରେଧିରେ କମିବାରେ ଲାଗିଛି । ଏହି ପୁରୁଣା କଏନର ଓଜନ ୯ ଗ୍ରାମ ହୋଇଥିବା ବେଳେ ତାହାକୁ କପ୍ରୋ-ନିକେଲ ସର୍କୁଲାର କଏନ୍ କୁହାଯାଉଥିଲା । ତେବେ ଏହି ପୁରୁଣା କଏନକୁ ଆରବିଆଇ ଅଚାନକ କାହିଁକି ବନ୍ଦ କଲା ସେନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।ଆପଣମାନେ ଯଦି ଏବେ ନୂଆ ୫ ଟଙ୍କିଆ କଏନ ଓ ପୁରୁଣା ୫ ଟଙ୍କିଆ କଏନକୁ ତୁଳନା କରିବେ ତେବେ ନୂଆ କଏନଟି ଟିକେ ହାଲୁକା ରହିବ । ପ୍ରକୃତ କଥା ହେଉଛି ପୁରୁଣା ୫ ଟଙ୍କିଆ କଏନକୁ ବାଂଲାଦେଶକୁ ବେଆଇନ ଭାବେ ଚାଲାଣ ହେଉଥିଲା । ଏଥିସହିତ ପୁରୁଣା କଏନକୁ ତିଆରି ପାଇଁ ଅନେକ ଧାତୁର ଉପଯୋଗ କରାଯାଉଥିଲା । ଉକ୍ତ ଧାତୁର ଉପଯୋଗ୍ୟ ଅନ୍ୟ ଉତ୍ପାଦ ଯେପରିକି ବ୍ଲେଡ ତିଆରିରେ ବି ଆବଶ୍ୟକ ହେଉଥିଲା । ସେଥିପାଇଁ ଉକ୍ତ କଏନକୁ ବାଂଲାଦେଶକୁ ଚୋରା ଚାଲାଣ କରାଯାଉଥିଲା ।

ତେଣୁ ପୁରୁଣା ୫ ଟଙ୍କିଆ କଏନ ତସ୍କରୀକୁ ରୋକିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ବାଂଲାଦେଶକୁ ଏହି କୁଏନ ଚାଲାଣ ହେବା ପରେ ସେଠାରେ ତାହାକୁ ତରଳାଇ ଧାତୁରେ ବ୍ଲେଡ ଭଳି ସାମଗ୍ରୀ ତିଆରି ହେଉଥିଲା । ଗୋଟିଏ କଏନରୁ ୬ଟି ବ୍ଲେଡ୍ ତିଆରି ହେଉଥିଲା ଓ ସେମାନେ ତା’ ଦ୍ୱାରା ଅନେକ ଅର୍ଥ ଉପାର୍ଜନ କରିପାରୁଥିଲେ । ଏନେଇ ଆରବିଆଇକୁ ସୂଚନା ମିଳିବା ପରେ ତ୍ୱରିତ ଭାବେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହାପରେ ଉକ୍ତ କଏନର ଉତ୍ପାଦନକୁ ଆରବିଆଇ ରୋକି ଦେଇଥିଲା । ଏହାପରେ ବଜାରୁ ଉକ୍ତ ପୁରୁଣା କଏନ୍ ଧିରେଧିରେ ଗାଏବ୍ ହେବାରେ ଲାଗିଥିଲା । ନୂଆ ୫ ଟଙ୍କିଆ କଏନରେ ଅନେକ ପରିବର୍ତ୍ତନ କରାଯାଇଥିବା ବେଳେ ତାହା ପୂର୍ବାପେକ୍ଷା ପତଳା ଓ ବଡ଼ ରହିଛି । ଏଥିସହିତ ତାହା ଯେପରି ଦ୍ୱିତୀୟ ବାର ଦୁରୂପଯୋଗ ହୋଇନପାରିବ, ସେଥିପାଇଁ ସେଥିରେ ବ୍ୟବହୃତ ଧାତୁକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ନୂଆ ୫ ଟଙ୍କିଆ କଏନକୁ ଉପଯୋଗ କରି ଚୋରା ଚାଲାଣକାରୀମାନେ ବ୍ଲେଡ୍ ଭଳି ଜିନିଷ ତିଆରି କରିପାରିବେନି । କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଦେଶର ମୁଦ୍ରାକୁ ଆହୁରି ସୁରକ୍ଷା ପ୍ରଦାନ କରିବା ଦିଗରେ ସହାୟକ ହୋଇ ପାରିବ ବୋଲି କୁହାଯାଇଛି ।

Related Articles

Back to top button