
ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବ ଆରସିବି
ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ। ଏ ନେଇ ଆରସିବି ପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଆରସିବି ପରିବାରକୁ ବହୁ ମାନସିକ ଯନ୍ତ୍ରଣା ଦେଇଛି। ଏହି ଦୁଃଖଦ ସମୟରେ ମୃତକଙ୍କ ପରିବାର ସହିତ ଆରସିବି ଛିଡ଼ା ହୋଇଛି। ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ। ଏହା ସହିତ ଆହତମାନଙ୍କ ପାଇଁ ଏକ ଆରସିବି କେୟାର୍ସ ପାଣ୍ଠି ତିଆରି ହୋଇଛି।ଆରସିବି ପ୍ରଥମ ଆଇପିଏଲ ଟାଇଟଲ ହାସଲ କରିବା ପରେ ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ମନାଇବା ସମୟରେ ଦଳାଚକଟା ଘଟି ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା। ୧୫୦ରୁ ଅଧିକ ପ୍ରଶଂସକ ଏହି ଘଟଣାରେ ଆହତ ହୋଇଛନ୍ତି।