ପାସ୍‌ପୋର୍ଟ ମାମଲାରେ ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପାସପୋର୍ଟ ନବୀକରଣ ମାମଲାରେ ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଏହି ମାମଲାରେ କଂଗ୍ରେସ ନେତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ରାହୁଲ ଗାନ୍ଧିଙ୍କୁ କୋର୍ଟ ୩ ବର୍ଷ ପାଇଁ NOC ପ୍ରଦାନ କରିଛନ୍ତି । ଏବେ ବିଦେଶ ଯାତ୍ରା କରିପାରିବେ କଂଗ୍ରେସର ଏହି ବରିଷ୍ଠ ନେତା ।

ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଗତ ୨୪ ତାରିଖରେ ପାସପୋର୍ଟ ମାମଲାର ଶୁଣାଣି କରିଥିଲେ । ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ରାହୁଲଙ୍କ ନୂଆ ପାସପୋର୍ଟକୁ NOC ନଦେବା ସପକ୍ଷରେ ଯୁକ୍ତି ରଖିଥିଲେ । ଏହାଦ୍ବାରା ନ୍ୟାସନାଲ୍ ହେରାଲଡ୍ ମାମଲା ତଦନ୍ତ ପ୍ରଭାବିତ ହେବ ବୋଲି ଯୁକ୍ତି କରିଥିଲେ । ସେପଟେ ବିପକ୍ଷ ଓକିଲ ଏହାକୁ ଡିଫେଣ୍ଡ କରି ରାହୁଲ ଗାନ୍ଧିଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ ଏବଂ ବିଦେଶ ଯାତ୍ରା କରିବା ତାଙ୍କର ମୌଳିକ ଅଧିକାର ବୋଲି ଯୁକ୍ତି ରଖି ଏନଓସି ପାଇଁ ଅନୁରୋଧ କରିଥିଲେ ।

ସୂଚନା ଅନୁଯାୟୀ, ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ଯିବା ପରେ ନିଜର ଡିପ୍ଲୋମାଟିକ୍ ପାସପୋର୍ଟକୁ ସରେଣ୍ଡର କରିଦେଇଥିବା ବେଳେ ଏକ ସାଧାରଣ ପାସପୋର୍ଟ ପାଇଁ ଆବେଦନ କରିଛନ୍ତି । ମାତ୍ର ନ୍ୟାସନାଲ ହେରାଲ୍ଡ ମାମଲାରେ ତଦନ୍ତ ଚାଲିଥିବାରୁ ନୂଆ ପାସପୋର୍ଟ ପାଇଁ NOCର ଆବଶ୍ୟକତା ରହିଛି । ତେଣୁ NOC ପାଇଁ କୋର୍ଟରେ ଆବେଦନ କରିଥିଲେ ରାହୁଲ ଗାନ୍ଧି ।

ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଜଷ୍ଟିସ୍ ବୈଭବ ମେହତା ଶୁକ୍ରବାର ସକାଳେ ଉଭୟର ପକ୍ଷର ଦସ୍ତବିଚ୍‌କୁ ତର୍ଜମା କରି ରାୟ ସଂରକ୍ଷିତ ରଖିଥିଲେ ଏବଂ ଦିନ ଗୋଟାଏରେ ମାମଲାର ରାୟ ଶୁଣାଇଛନ୍ତି । କୋର୍ଟ ରାହୁଲ ଗାନ୍ଧିଙ୍କୁ ୩ ବର୍ଷ ପାଇଁ NOC ପ୍ରଦାନ କରିଛନ୍ତି ।

Related Articles

Back to top button