UGC ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି : ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ ମନା

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ ମନା । ଛାତ୍ରଛାତ୍ରୀ କିଭଳି ପ୍ଲାଷ୍ଟିକ ବ୍ୟବହାର ନ କରିବେ ସଚେତନ କରାଯିବ । କଲେଜ କ୍ୟାଣ୍ଟିନ୍, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି । ପ୍ଲାଷ୍ଟିକ ବୋତଲ ବଦଳରେ ଅନ୍ୟ ଧାତୁର ବୋତଲ ବ୍ୟବହାର ହେବ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ଚିଠି ।UGC କହିଛି ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବୁ, ଆମେ ଭାରତକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଏକ ଜନ ଆନ୍ଦୋଳନ ଆରମ୍ଭ କରିବୁ। ଭାରତ ମାତାଙ୍କୁ ପ୍ଲାଷ୍ଟିକ ମୁକ୍ତ କରି ଗାନ୍ଧୀ ଜୟନ୍ତୀ ପାଳନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ମୋଦୀ ଅକ୍ଟୋବର ୨ତାରିଖରୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବିରୋଧରେ ଜନ ବିପ୍ଳବ ଆରମ୍ଭ କରିବେ ।

Related Articles

Back to top button