ନେହେରୁ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରୀର ନାଁ ବଦଳିଗଲା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ନେହେରୁ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରୀର ନାଁ ବଦଳିଗଲା । ଏହାକୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ଭାବେ ନାମକରଣ କରାଯାଇଛି । ନେହେରୁ ମେମେରିଆଲ ନାଁକୁ ବଦଳାଇଥିବାରୁ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହାକୁ ମୋଦୀ ସରକାରଙ୍କ ସଂକୀର୍ଣ୍ଣ ମନୋଭାବ ଓ ପ୍ରତିଶୋଧର ଦ୍ୱିତୀୟ ନାଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ସୂଚନା ମୁତାବକ, ନେହେରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ସୋସାଇଟିର ଏକ ସ୍ୱତନ୍ତ୍ର ବୈଠକରେ ଏହାର ନାଁକୁ ବଦଳାଇ ପ୍ରାଇମ ମିନିଷ୍ଟର ଆଣ୍ଡ ଲାଇବ୍ରେରୀ ଭାବେ ନାମକରଣ କରିବାକୁ ନଷ୍ପତ୍ତି ହୋଇଥିଲା । ଏଥିରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିଲେ ।

Related Articles

Back to top button