ସାଧାରଣତନ୍ତ୍ର ଦିବସ ଗାଇଡଲାଇନ: ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଉଡ଼ିବ ଜାତୀୟ ପତାକା

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡଲାଇନ । ଜାନୁଆରୀ ୨୬ ତାରିଖ ଦିନ ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜାତୀୟ ପତାକା ଉଡ଼ିବ। କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍‌ରେ ପତାକା ଉତ୍ତୋଳନ କରିବେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ । ଏହି ସମାରୋହରେ ସ୍କୁଲର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଭାଗ ନେଇପାରିବେ।

ଏଥର ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରିବା । ତେଣୁ ପ୍ରତି ସ୍କୁଲ ପିଲା କ୍ରାଫ୍ଟ ପ୍ରକଳ୍ପ ପ୍ରସ୍ତୁତ କରି ସୀମାରେ ନିୟୋଜିତ ଯବାନଙ୍କ ନିକଟକୁ ପଠାଇପାରିବେ। ଯବାନଙ୍କ ନିକଟରେ ଏହାକୁ ପହଞ୍ଚାଇବାର ବ୍ୟବସ୍ଥା ପ୍ରତିରକ୍ଷା ମନ୍ତ୍ରଣାଳୟ କରିବ ।

ସ୍କୁଲ ବନ୍ଦ ଥିଲେ ପିଲାମାନେ ସେମାନଙ୍କ ଘରେ ରହି ପ୍ରକଳ୍ପ କରିବେ ଓ ତାହାକୁ ପଠାଇ ପାରିବେ। ପ୍ରକଳ୍ପର ଥିମ ରହିଛି ‘ୱେଷ୍ଟ ଟୁ ବେଷ୍ଟ’, ‌‘ୱେଷ୍ଟ ଟୁ ୱେଲ୍ଥ’ । ସମସ୍ତ କ୍ରାଫ୍ଟ ପ୍ରୋଜେକ୍ଟ/ମଡେଲ୍‌ଗୁଡ଼ିକ ଆରଡିସି ୱେବସାଇଟ୍‌ www.indianrdc.mod.gov.in ରେ ସ୍କୁଲ ନାମ ଓ ଅନ୍ୟାନ୍ୟ ତଥ୍ୟ ସହ ପ୍ରକାଶ ପାଇବ। ଶ୍ରେଷ୍ଠ ପ୍ରକଳ୍ପକୁ ଜାତୀୟସ୍ତରରେ ସମ୍ମାନିତ କରାଯିବ।

ସେହିପରି ୨୫ ତାରିଖ ସୁଦ୍ଧା ସ୍କୁଲ ସ୍ତରରେ ରଚନା ଲେଖନ, ବକ୍ତୃତା, କ୍ଲାସ ପ୍ରୋଜେକ୍ଟ, ନାଟକ ଆଦି ପ୍ରତିଯୋଗିତା ହେବ । ୨୬ତାରିଖରେ ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Related Articles

Back to top button