ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ RBIର ବଡ କାର୍ଯ୍ୟାନୁଷ୍ଠାନ

ରିିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ୫.୩୯କୋଟି ଟଙ୍କାର ଜୋରିମାନା ଲଗାଇଛି । କେୱାଇସି ଓ ସାଇବର ସୁରକ୍ଷା ସମ୍ବନ୍ଧିତ କେତେକ ନିର୍ଦ୍ଦେଶକୁ ଉଲଙ୍ଘନ କରିଥିବାରୁ ପେଟିଏମ୍ ଉପରେ ଏହି ଜୋରିମାନା ଲାଗିଛି ।

ରିଜର୍ଭ ବ୍ୟାଙ୍କ କହିଛି ନିୟାମକ ଅନୁପାଳନ ଦିଗରେ ଅବହେଳା ପ୍ରଦର୍ଶନ କାରଣରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାପୂର୍ବରୁ ଗୁରୁବାର ପେଟିଏମର ପ୍ୟାରେଣ୍ଟ କମ୍ପାନୀ ୱାନ୍‌୯୭ କମ୍ୟୁନିକେସନର ସେୟାରରେ ୧.୪୭ % ହ୍ରାସ ପରିଲକ୍ଷିତ ହୋଇଥିଲା ।

ଆରବିଆଇ ଏହାର ବୟାନରେ କହିଛି ଏହି ଜୋରିମାନା ବ୍ୟାଙ୍କିଂ ରୁଲ୍ସ ଅଧିନିୟମ, ୧୯୪୯ ଧାରା ୪୬(୪)(i) ସହ ସମ୍ବନ୍ଧିତ ଧାରା ୪୭ଏ(1) ଆଧାରରେ ଲାଗୁ କରାଯାଇଛି । ଏଥିରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଅନ୍ୟ କୌଣସି ତୃତୀୟ ପକ୍ଷ ବିନା ସ୍ୱୟଂ ୟୁପିଆଇ କାରବାର କରାଇଥାଏ । ଏହାର ଲୋକପ୍ରିୟତା ସର୍ବାଧିକ ରହିଛି । ଗ୍ରାହକ ଓ ବେପାରୀ ଉଭୟ ୟୁପିଆଇ ଦ୍ୱାରା ପଇସା ପଠାଇବା ଓ ପାଇବା ଲାଗି ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଉପଯୋଗ କରିଥାନ୍ତି ।

Related Articles

Back to top button