୩୭ ବର୍ଷ ପୂର୍ବର ଏକ ରେସ୍ତୋରାଁ ବିଲ୍ ସୋସିଆଲ ମିଡିଆରେ ଭାଇରାଲ, ଖାଇବା ବିଲ୍ ୨୬.୩୦ ଟଙ୍କା

ନୂଆଦିଲ୍ଲୀ: ଆଜିର ସୋସିଆଲ ମିଡିଆ ଯୁଗରେ କିଛି ବି ଭାଇରାଲ ହେବାକୁ ଅଧିକ ସମୟ ଲାଗେ ନାହିଁ । କେତେବେଳେ ଭିଡିଓ ତ ଆଉ କେତେବେଳେ କୌଣସି ପୋଷ୍ଟ ଭାଇରାଲ ହୋଇଯାଏ । ହୋଟେଲର ମହଙ୍ଗା ବିଲ ମଧ୍ୟ ଅନେକ ସମୟରେ ଭାଇରାଲ ହୋଇଛି । ଏହାରି ଭିତରେ ୪ ଦଶନ୍ଧି ପୁରୁଣା ଏକ ହୋଟେଲ ବିଲ ଭାଇରାଲ ହେବାରେ ଲାଗିଛି ।

୩୭ ବର୍ଷ ପୂର୍ବ, ୧୯୮୫ର ଏକ ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଇଣ୍ଟରନେଟରେ ବେଶ ଚର୍ଚ୍ଚା ହେଉଛି । ରେସ୍ତୋରାଁ ବିଲ୍ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହେବା ସହ ଏତେ ପୁରୁଣା ବିଲ କେହି ଯେ ସାଇତି ରଖିଥିବ ତାହା ବିଶ୍ୱାସ କରିପାରୁ ନାହାନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବିଲକୁ ପ୍ରଥର ଥର ୨୦୧୩ ଅଗଷ୍ଟ ୧୨ରେ ଫେସବୁକରେ ସେୟାର କରାଯାଇଥିଲେ । ଏବେ ଏହା ପୁଣି ଥରେ ଭାଇରାଲ ହୋଇଛି । ବିଲ୍ ଅନୁସାରେ, ଗ୍ରାହକ ଗୋଟିଏ ପ୍ଲେଟ୍ ଶାହି ପନିର, ଡ଼ାଲ ମଖନୀ, ରାୟତା ଏବଂ କିଛି ଚପାତି ଅର୍ଡର କରିଥିଲେ ।

ବିଲ୍ ଅନୁସାରେ, ଶାହି ପିନର ମୂଲ୍ୟ ମାତ୍ର ୮ ଟଙ୍କା ଥିଲା, ଡାଲ ମଖନୀ ଏବଂ ରାଇତାର ମୂଲ୍ୟ ୫ ଟଙ୍କା ଲେଖାଏଁ ଥିଲା । ଅନ୍ୟପଟେ ଚପାତି ମାତ୍ର ୬.୩୦ ଟଙ୍କା ଥିଲା । ହୋଟେଲର ଖାଇବା ବିଲ୍ ଥିଲା ୨୬.୩୦ ଟଙ୍କା ଥିଲା।

Related Articles

Back to top button