ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ମାନ୍ୟବର ଅଦାଲତ

କୋଲକାତା ଆରଜି କର ମେଡ଼ିକାଲ କଲେଜ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟରେ ସୋମବାର ଶୁଣାଣି ହୋଇଛି । ଅଭିଯୁକ୍ତ ସଞ୍ଜୟ ରାୟକୁ ଦିଆଯାଇଥିବା ଆଜୀବନ କାରଦଣ୍ଡକୁ ଚ୍ୟାଲେଞ୍ଜ କରି ଉଭୟ ପକ୍ଷରୁ ଆବେଦନ ହୋଇଥିବା ଯାଚିକାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ମାନ୍ୟବର ଅଦାଲତ ।  ହାଇକୋର୍ଟ ବିଚାରପତି ଦେବାଂଶୁ ବସାକୁ ନେଇ ଗଠିତ ଖଣ୍ଡପୀଠ ଉଭୟ ରାଜ୍ୟ ସରକାର ଓ ସିବିଆଇ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି । ଦୁଇଟି ଯାଚିକାରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ ବଦଳରେ ଫାଶୀ ଦଣ୍ଡାଦେଶ ଦେବାକୁ ଅନୁରୋଧ କରାଯାଇଛି ।

ସିଆଲଦାହ ନିମ୍ନ ଅଦାଲତ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ନିମ୍ନ ଅଦାଲତ ଏହାକୁ ବିରଳରୁ ବିରଳ ମାମଲା ନୁହେଁ ବୋଲି ଅବିହିତ କରିଥିଲେ । ଏଥିସହ ୫୦ ହଜାର ଟଙ୍କାର ଜରିମାନା ରାଶିରେ ଦଣ୍ଡିତ କରିଥିଲେ । ଏଥିସହ ପୀଡ଼ିତାଙ୍କ ପରିବାକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରହିଛି କୋର୍ଟଙ୍କ ନିର୍ଦ୍ଦେଶ । ତେବେ ମାମଲାର ରାୟ ବିରୁଦ୍ଧରେ ବିଭିନ୍ନ ଆଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏ ନେଇ ସିବିଆଇ ଓ ପଶ୍ଚିମବଙ୍ଗ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବାକୁ ନିବେଦନ କରିଥିଲେ ।

Related Articles

Back to top button