ଆସନ୍ତା ମାର୍ଚ୍ଚରେ ବିବାହ କରିବେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ, ପ୍ରଧାନମନ୍ତ୍ରୀଙ୍କୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ହସ୍ପିଟାଲିଟି ଚେନ ‘ଓୟୋ’ର ସିଇଓ ଏବଂ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ତାଙ୍କ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରିତେଶଙ୍କର ବିବାହ ଉତ୍ସବ ବଡ଼ ଧୂମଧାମରେ ଅନୁଷ୍ଠିତ ହେବ । ଏହି ଅବସରରେ ରିତେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିବାହରେ ଯୋଗଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ରିତେଶ ଆସନ୍ତା ମାସରେ ଦିଲ୍ଲୀରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ବାହାଘର ପରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରିସେପସନ୍ ପାର୍ଟି ହେବ । ରାୟଗଡ଼ାର ଏକ ମାରୱାଡ଼ି ପରିବାରରେ ଜନ୍ମିତ ରିତେଶ ଅଗ୍ରୱାଲ ୨୦୧୧ରେ ପଢ଼ିବାକୁ ଦିଲ୍ଲୀ ଯାଇଥିଲେ । ଦୁଇ ବର୍ଷ କଲେଜରେ ପଢ଼ିବା ପରେ ସ୍କଲାରସିପ୍ ମିଳିବାରୁ କଲେଜ ଛାଡ଼ି ଦେଇଥିଲେ ।

୨୦୧୩ରେ ରିତେଶ ଆରମ୍ଭ କରିଥିଲେ ଓୟୋ । ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା । ଆଜି ଭାରତ ସହ ବିଦେଶରେ ଓୟୋ ସେବା ଯୋଗାଉଛି । ୮୦୦ରୁ ଅଧିକ ସହରରେ ଓୟୋର ଉପସ୍ଥିତି ରହିଥିବା ବେଳେ ରିତେଶଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୭ ହଜାର ୨୫୩ କୋଟି ।

Related Articles

Back to top button