ଆଜି ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ସରକାରଙ୍କ ପକ୍ଷ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭା ପରେ ଆଜି ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ସରକାରଙ୍କ ପକ୍ଷ ରଖିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କ ପ୍ରତିଟି ଉତ୍ତରର ଦୃଢ ଜବାବ ଦେଇଛନ୍ତି । ତାଙ୍କ ଭାଷଣ ସମୟରେ ବିରୋଧୀ ଦଳର ସାଂସଦ ଲଗାତାର ହଟ୍ଟଗୋଳ କରୁଥିବା ଦେଖିବାକୁ ମିଳିଥିଲା । ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ଓ କଂଗ୍ରେସ ସାଂସଦ ଜୟରାମ ରମେଶ ବିଦେଶ ମନ୍ତ୍ରୀଙ୍କ ଭାଷଣ ସମୟରେ ଲଗାତାର ବାଧା ଉତ୍ପନ କରୁଥିଲେ । ବିରୋଧୀ ସାଂସଦଙ୍କ ଏମିତି ଆଚରଣରେ ଜୟଶଙ୍କର ବିରକ୍ତି ପ୍ରକାଶ କରିଥିଲେ । ଆଉ ଜୟରାମ ରମେଶଙ୍କ ନାଁ ନେଇ ତାଙ୍କୁ ଖୁବ୍ ଧୋଇଛନ୍ତି ।ଜୟଶଙ୍କର ନିଜ ଭାଷଣରେ ଜୟରାମ ରମେଶଙ୍କୁ ଅଟକାଇ କହିଛନ୍ତି, ଜୟରାମ ରମେଶ କାନ ଖୋଲି ଶୁଣି ନିଅନ୍ତୁ, ଏପ୍ରିଲ ୨୨ରୁ ନେଇ ଜୁନ ୧୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନରେ କୌଣସି ଆଲୋଚନା ହୋଇ ନାହିଁ । ସୂଚନାଯୋଗ୍ୟ, ବିରୋଧୀ ସର୍ବଦା ଅଭିଯୋଗ ଲଗାଇ ଆସିଛନ୍ତି ଅମେମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥା ମାନି ଭାରତ ସରକାର ପାକିସ୍ତାନ ସହ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ ।

ଜୟଶଙ୍କର ନିଜ ଭାଷଣ ଆରମ୍ଭରେ କହିଛନ୍ତି, ପହଲଗାମ ହମଲା ସଂପୂର୍ଣ୍ଣ ଭାବେ ଲକ୍ଷ୍ମଣ ରେଖା ଅତିକ୍ରମ କରିଥିଲା । ଦୋଷୀଙ୍କୁ ଜବାବ ଦେବା ଏବଂ ପୀଡିତଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ଆବଶ୍ୟକ ଥିଲା । ଭାରତ ଆତଙ୍କବାଦର ଦଂଶନ ସହି ଆସିଛି । ଅପରେସନ ସିନ୍ଦୂରରେ ଆମେ ନିଜର ଲକ୍ଷ୍ୟ ହାସଲ କରିଛୁ । ସେ କହିଛନ୍ତି, ଆତଙ୍କବାଦକୁ ଭାରତର ଜବାବ ପୂରା ଦୁନିଆ ଦେଖିଛି । ସିନ୍ଧୁ ଜଳ ଚୁକ୍ତିନାମା ରୋକିବା ନିଷ୍ପତ୍ତିକୁ ଉଚିତ୍ ଦର୍ଶାଇ ଜୟଶଙ୍କର କହିଛନ୍ତି, ରକ୍ତ ଓ ଜଳ ଏକ ସଙ୍ଗେ ପ୍ରବାହିତ ହୋଇ ପାରିବ ନାହିଁ । ମୋଦୀ ସରକାର ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରି ନେହେରୁଙ୍କ ଭୁଲ ନୀତିର ସୁଧାର କରିଛନ୍ତି ।

Related Articles

Back to top button