୧୯ ମାର୍ଚ୍ଚ ଯାଏ ବଢିଲା ସଞ୍ଜୟ ସିଂ ଏବଂ ମନୀଷ ସିସୋଦିଆଙ୍କ ଜେଲ୍ ଅବଧି

ଦିଲ୍ଲୀ ମଦ ନୀତି ମାମଲା । ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଏବଂ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ କୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି । ପୁଣି ଥରେ ଉଭୟ ନେତାଙ୍କୁ ମାର୍ଚ୍ଚ 19 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି ।

ଗତ ଶୁଣାଣିରେ ଅର୍ଥାତ୍ ଶନିବାର ଅର୍ଥାତ୍ ମାର୍ଚ୍ଚ 2 ତାରିଖରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏକ୍ସାଇଜ୍ ପଲିସି ମାମଲାରେ AAP ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଯାହା ଆଜି ଶେଷ ହେଉଥିଲା । ଆଜି ପୁଣି ମାର୍ଚ୍ଚ 19 ତାରିଖ ପର୍ଯ୍ୟନ୍ତ ତାଙ୍କ ଜେଲ୍ ଅବଧି ବଢାଇ ଦିଆଯାଇଛି ।ତେବେ ଜେଲରେ ଆକି କିଛି ଦିନ ବନ୍ଦ ରହିବେ ଆପର ଦୁଇ ବରିଷ୍ଠ ନେତା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ମନ୍ତ୍ରୀମଣ୍ତଳର ବହୁ ମନ୍ତ୍ରୀଙ୍କ ନାଁରେ ଯାଞ୍ଚ ଜାରି ରହିଛି ।

Related Articles

Back to top button