
ଅକ୍ଟୋବର ୨୧ ପର୍ଯ୍ୟନ୍ତ ବଢ଼ିଲା ସଞ୍ଜୟଙ୍କ ନ୍ୟାୟିକ ହେପାଜତ
ନୂଆଦିଲ୍ଲୀ : ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ସମୟକୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାତ୍ରା ଚାଲ ମାମଲାରେ ସଞ୍ଜୟଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗିରଫ କରିଥିଲା। ଏହାପୂର୍ବରୁ ସୋମବାର ରାଉତଙ୍କୁ ସ୍ବତନ୍ତ୍ର ବିଚାରପତି ଏମ.ଜି ଦେଶପାଣ୍ଡେଙ୍କ ନିକଟରେ ହାଜର କରାଯାଇଥିଲା। ତାଙ୍କର ନ୍ୟାୟିକ ହେପାଜତକୁ ମଙ୍ଗଳବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ମଙ୍ଗଳବାର ତାଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା ଏବଂ ନ୍ୟାୟିକ ହେପାଜତ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବଢ଼ାଯାଇଥିଲା।
ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୋମବାର ସ୍ବତନ୍ତ୍ର ଅଦାଲତଙ୍କୁ କହିଥିଲେ ଯେ ସଞ୍ଜୟଙ୍କର ପାତ୍ରା ଚାଲ ବିକାଶ ପ୍ରକଳ୍ପରେ ସକ୍ରିୟ ଭୂମିକା ରହିବା ସହିତ ମନି ଲଣ୍ଡରିଂ ମାମଲାରେ ତାଙ୍କର ସମ୍ପୃକ୍ତି ରହିଥିଲା।