
ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଆଜି ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି
ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଆଜି ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ମୁତାବକ, ମହାରାଷ୍ଟ୍ରରେ ଏନସିପି ନେତା ଏବଂ କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସିଏମ ଦେବେନ୍ଦ୍ର ଫଡନାଭିସ ତାଙ୍କ ଇସ୍ତଫାକୁ ସ୍ୱୀକାର କରିଛନ୍ତି। ଏହାକୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ।ବୀଡ ଜିଲ୍ଲାର ମସାଜୋଗ ଗାଁର ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ମାମଲାରେ ପୋଲିସ ଚାର୍ଜସିଟ ଫାଇଲ କରିଥିଲା।ଏହି ହତ୍ୟା ଅଭିଯୋଗରେ ବର୍ତ୍ତମାନ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ସହଯୋଗୀ ବାଲ୍ମିକ କରାଡ ଏବଂ ଅନ୍ୟାନ୍ୟ ଲୋକଙ୍କୁ ଗିରଫ କରାଯାଇଥିଲା।