ସିବିଆଇ ଡିଆଇଜି ହେଲେ ସାରା ଶର୍ମା

ସାରା ଶର୍ମା ହେଲେ ସିବିଆଇ ଡିଆଇଜି । ୨୦୧୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ହେଉଛନ୍ତି ସାରା । ସାରାଙ୍କ ସିବିଆଇ ନିଯୁକ୍ତି ନେଇ ଗୃହ ମନ୍ତ୍ରଣାଳୟର ଚିଠି । ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ । ସେ ସିବିଆଇର ଡିଆଇଜି ରୂପରେ ୫ ବର୍ଷ କାର୍ଯ୍ୟ କରିବେ । ତାଙ୍କୁ ତୁରନ୍ତ ରିଲିଭ୍ କରିବାକୁ କେନ୍ଦ୍ରର ଚିଠି ।

ଏକ ସାକ୍ଷାତକାରରେ ସାରା ଶର୍ମା କହିଛନ୍ତି ପ୍ରୋବେସନାରୀ ପିରିୟଡରେ ତାଙ୍କର ପ୍ରଥମ ପୋଷ୍ଟିଂ ବଲାଙ୍ଗୀର ଜିଲ୍ଲାରେ ଥିଲା । ପରେ ତାଙ୍କର ଅପରେସନାଲ ପୋଷ୍ଟିଂ ହୋଇଥିଲା । ଏହି ସମୟରେ ତାଙ୍କୁ ନକ୍ସଲଙ୍କ ବିରୁଦ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାପରେ ତାଙ୍କୁ ଅଙ୍ଗୁଲର ଅତିରିକ୍ତ ଏସ୍‌ପି ଓ ଆସ୍କାରେ ଏସଜିପିଓ ଭାବରେ ନିଯୁକ୍ତି ମିଳିଥିଲା, ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ଥିଲା । ପରେ ତାଙ୍କୁ ସୋନପୁର, ଦେବଗଡ, ଗଜପତିରେ ଏସପି ଭାବରେ ନିଯୁକ୍ତ କରାଯାଇଥିଲା ।

Related Articles

Back to top button