ସିକ୍କିମ ବନ୍ୟା ପୀଡ଼ିତଙ୍କ ପାଇଁ ‘ସତସଙ୍ଗ’ ବଢାଇଲା ସହାୟତାର ହାତ

ସିକ୍କିମରେ ବନ୍ୟାର ତାଣ୍ଡବଲୀଳା ଯୋଗୁଁ ଏବେବି ସୁଧୁରିନି ପରିସ୍ଥିତି। ଦକ୍ଷିଣ ସକ୍କିମର ଲୋନାକ ଗ୍ଲାସିୟାଲ ହ୍ରଦ ଫାଟିବା ଯୋଗୁଁ ତିସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ପରେ ବନ୍ୟାପାଣିର ପ୍ରଖର ସ୍ରୋତରେ ଶତାଧିକ ଲୋକ ଭାସିଯାଇଥିବା ବେଳେ ଅନେକ ମୃତ୍ୟୁ ବରଣ କରିଛନ୍ତି। ଏଭଳି ପରିସ୍ଥିତିରେ ସିକ୍କିମର ବନ୍ୟାରେ ପିଡୀତ ଲୋକମାନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛି ‘ସତସଙ୍ଗ’ । ‘ସତସଙ୍ଗ’ ତରଫରୁ ପରମ ପୂଜ୍ୟପାଦ ପ୍ରଧାନ ଆଚାର୍ଯ୍ୟଦେବଙ୍କ ଦ୍ବାରା ସିକିମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1,00,00,000 ଟଙ୍କା ଦାନ କରାଯାଇଛି। ତେବେ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଦ୍ୱାରା ପଠାଯାଇଥିବା ଏକ ପ୍ରତିନିଧି ଦଳ ସିକ୍କିମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଶ୍ରୀ ପ୍ରେମ ସିଂ ତମାଙ୍ଗ-ଗୋଲାଏ 20 ତାରିଖ ଦିନ 2 ଟା ସମୟରେ ଚିନ୍ତନ ଭବନ, ଗ୍ୟାଙ୍ଗଟୋକ, ସିକ୍କିମରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଏହି ସହାୟତା ରାଶିକୁ ହସ୍ତାନ୍ତର କରିଛନ୍ତି। ସତସଙ୍ଗ ଦ୍ବାରା ଦିଆଯାଇଥିବା ଏହି ସହାୟତା ରାଶିକୁ ଗ୍ରହଣ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ସିକ୍କିମବାସୀଙ୍କ ତରଫରୁ ସତସଙ୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏବଂ ଏହା ପରମ ପୂଜ୍ୟପାଦ ଆଚାର୍ଯ୍ୟଦେବଙ୍କର ପିଡୀତ ଲୋକମାନଙ୍କ ଆବଶ୍ୟକ ସମୟରେ ସେମାନଙ୍କ ପ୍ରତି ଉଦାର ଭାବ ବୋଲି କହିଛନ୍ତି।

Related Articles

Back to top button