ଅକ୍ଟୋବର ପହିଲାରୁ କ୍ରିକେଟରେ ବଦଳିଯିବ ବିଭିନ୍ନ ନିୟମ

ନୂଆଦିଲ୍ଲୀ: ୨୦୨୨ ଅକ୍ଟୋବର ପହିଲାରୁ ବଦଳିଯିବ କ୍ରିକେଟର ନିୟମ । ଏନେଇ ମଙ୍ଗଳବାର ଘୋଷଣା କରିଛି ଆଇସିସି । ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ପୁରୁଷ କ୍ରିକେଟ୍ କମିଟି MCC ର ୨୦୧୭ ନିୟମ ତୃତୀୟ ସଂସ୍କରଣରେ ଖେଳ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁପାରିଶ କରିଥିଲା । ଏହାକୁ ମହିଳା କ୍ରିକେଟ୍ କମିଟି ସହିତ ଅଂଶୀଦାର କରାଯାଇଥିଲା । ଆଉ ଏହି ସୁପାରିଶ କ୍ରମେ ନିୟମରେ ପରିବର୍ତ୍ତନ କରାଯାଇଛି ।

ଏହି ନୂତନ ନିୟମ ୧ ଅକ୍ଟୋବର ୨୦୨୨ରୁ କାର୍ଯ୍ୟକାରୀ ହେବ । ଅର୍ଥାତ ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ଏହି ନୂତନ ନିୟମ ଆଧାରରେ ଖେଳାଯିବ । ଏହି ନିୟମ ଆଧାରରେ ବ୍ୟାଟ୍ସମ୍ୟାନ୍ ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ୍ ଷ୍ଟ୍ରାଇକ୍ କରିବାକୁ ଆସିବେ ।

ପୂର୍ବରୁ ଏହାଥିଲା ଯେ କ୍ୟାଚ୍ ସମୟରେ ଷ୍ଟ୍ରୋକ୍ ପରିବର୍ତ୍ତନ ହେବାବେଳେ ନୂଆ ବ୍ୟାଟ୍ସମ୍ୟାନ୍ ଅନ୍ୟ ପଟେ ଆସୁଥିଲେ । ଏବେ କିନ୍ତୁ ଆଉ ସେମିତି ହେଉନି । ସେହିପରି ବଲରେ ଲାଳ ଉପରେ ସ୍ଥାୟୀ ନିଷେଧାଦେଶ ହୋଇଛି । କୋଭିଡ-୧୯ ମହାମାରୀ ହେତୁ ଲାଳରେ ସାମୟିକ ଭାବେ ନିଷେଧ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଲାଳକୁ ସବୁଦିନ ପାଇଁ ନିଷିଦ୍ଧ କରାଗଲା ।

ଆହୁରି ମଧ୍ୟ ନୂତନ ବ୍ୟାଟ୍ସମ୍ୟାନ୍‌ଙ୍କୁ ଟେଷ୍ଟ ଏବଂ ODI ରେ ଦୁଇ ମିନିଟ ମଧ୍ୟରେ ଷ୍ଟ୍ରାଇକ୍ କରିବାକୁ ପଡିବ । ଏହାସହ ଟି-୨୦ରେ ଏହାର ସମୟ ସୀମା ୯୦ସେକେଣ୍ଡ ହେବ । ପ୍ରଥମ ବ୍ୟାଟ୍ସମ୍ୟାନ୍‌ଙ୍କ ଆଉଟ୍‌ ହେବା ପରେ ନୂତନ ଖେଳାଳିଙ୍କୁ ଟେଷ୍ଟ ଏବଂ ODI ରେ ତିନି ମିନିଟ୍ ପାଉଥିଲେ । ଏବେ କିନ୍ତୁ ବଦଳିଯିବ । ଯଦି ବ୍ୟାଟ୍ସମ୍ୟାନ୍ ଏହି ଦୁଇ ମିନିଟ ମଧ୍ୟରେ ଆସନ୍ତି ତେବେ ଫିଲ୍ଡିଂ ଅଧିନାୟକ ଏକ ଟାଇମ ଆଉଟ୍ ଦାବି କରିପାରିବେ ।

Related Articles

Back to top button