ମହେନ୍ଦ୍ର ସିଂ ଧୋନୀଙ୍କୁ ଏସବିଆଇ କଲା ବ୍ରାଣ୍ଡ ଆମ୍ବାସଡର

ଦିପାବଳୀ ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ବରିଷ୍ଠ କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ମିଳିଛି । ପବ୍ଲିକ ସେକ୍ଟରରେ ସବୁଠାରୁ ବଡ ବ୍ୟାଙ୍କ ତରଫରୁ ରବିବାର ଦିନ ଏହା ଘୋଷଣା କରାଯାଇଛି । ବ୍ୟାଙ୍କ ତରଫରୁ ଧୋନୀ ମାର୍କେଟିଂ ଓ ବିଜ୍ଞାପନ ଦାୟିତ୍ୱ ସମ୍ଭାଳିବେ ବୋଲି କୁହାଯାଇଛି ।

ଏସବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି କି, ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ସାମିଲ କରି ଆମେ ବେଶ ଗର୍ବିତ । ଏହାସହ ଧୋନୀ ଏସବିଆଇ ସହ ଯୋଡି ହେବା ପରେ ବ୍ରାଣ୍ଡ ଏକ ନୂଆ ଅବତାର ନେବ ବୋଲି ସେ କହିଛନ୍ତି । ଏହି ନିଷ୍ପତ୍ତି ଭାଗିଦାରୀ, ଲକ୍ଷ୍ୟ, ବିଶ୍ୱାସ, ଅଖଣ୍ଡତା ଓ ଅତୁଟ ସମର୍ପଣ ସହିତ ରାଷ୍ଟ୍ର ଓ ଆମ ଗ୍ରାହକଙ୍କ ସେବା କରିବାର ପ୍ରତିବଦ୍ଧତାକୁ ମଜବୁତ କରିବ ବୋଲି ସେ କହିଛନ୍ତି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ, ସମ୍ପତ୍ତି, ଡିପୋଜିଟ, ଶାଖା, ଗ୍ରାହକ ଓ କର୍ମଚାରୀ ମାମଲାରେ ଦେଶର ସବୁଠାରୁ ବଡ ବ୍ୟବସାୟୀକ ବ୍ୟାଙ୍କ ଅଟେ । ଏହାସହ ଏସବିଆଇ ଦେଶର ସବୁଠାରୁ ବଡ ଋଣଦାତା ମଧ୍ୟ । ଯିଏ କି, ଏପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଘର କିଣିବାକୁ ଋଣ ଦେଇସାରିଛି ।

ଜୁନ ୨୦୨୩ ସୁଦ୍ଧା ବ୍ୟାଙ୍କର ଡିପୋଜିଟ ୪୫.୩୧ ଲକ୍ଷ କୋଟି ଟଙ୍କା । ଡିଜିଟାଲ ଋଣ ଦେବାରେ ଦେଶର ପବ୍ଲିକ ସେକ୍ଟର ବ୍ୟାଙ୍କ ମଧ୍ୟରୁ ୟୋନୁ ମାଧ୍ୟମରେ ଏସବିଆଇ ୫.୪୨୮ କୋଟି ଟଙ୍କାର ଋଣ ଆପ୍ରୋଭ କରିଛି । ୨୦୨୪ ପୂର୍ବର ପ୍ରଥମ ତୈମାସିକ ରିପୋର୍ଟ ଆଧାରରେ ଅନ୍ୟ ବ୍ୟାଙ୍କ ତୁଳନାରେ ଏସବିଆର ଫେସବୁକ୍ ଓ ଟ୍ୱିଟରରେ ସବୁଠାରୁ ଅଧିକ ଫଲୋଅର୍ସ ରହିଛନ୍ତି ।

Related Articles

Back to top button