ସଂସ୍କୃତକୁ ରାଷ୍ଟ୍ରଭାଷା ଘୋଷଣା ଆବେଦନ ଖାରଜ

ନୂଆଦିଲ୍ଲୀ: ସଂସ୍କୃତକୁ ଭାରତର ଜାତୀୟ ଭାଷା ଘୋଷଣା କରିବା ଲାଗି ଦାଏର ଏକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। କୌଣସି ଭାଷାକୁ ଜାତୀୟ ମାନ୍ୟତା ଦେବା ଏକ ନୀତିଗତ ନିଷ୍ପତ୍ତି ହୋଇଥିବାରୁ ଏଥିପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ। ଏଥିପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକ ଥିବା ଦର୍ଶାଇ ଜଷ୍ଟିସ ଏମ୍‌.ଆର୍‌. ଶାହା ଏବଂ କ୍ରିଷ୍ଣ ମୁରାରୀଙ୍କ ଖଣ୍ଡପୀଠ ପିଟିଶନକୁ ଅଗ୍ରାହ୍ୟ କରିଦେଇଥିଲେ।
ଭାରତର କେତୋଟି ସହରରେ ସଂସ୍କୃତ ଭାଷାରେ ଲୋକେ କଥା ହେଉଛନ୍ତି। ଆବେଦନକାରୀ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ଆଇନଜୀବୀ କେ.ଜି. ବଞ୍ଜାରା ସଂସ୍କୃତ ଭାଷା କୁହନ୍ତି କି ଏବଂ ସଂସ୍କୃତରେ ସେ ଗୋଟିଏ ଧାଡ଼ି ଆବୃତ୍ତି କରିପାରିବେ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ସଂସ୍କୃତ ଭାଷା ସବୁ ଭାଷାର ଜନନୀ ବୋଲି ଆବେଦନକାରୀଙ୍କ ଓକିଲ ଖଣ୍ଡପୀଠଙ୍କୁ ଜଣାଇଥିଲେ।

Related Articles

Back to top button