ରାମ ସେତୁକୁ ଜାତୀୟ ଐତିହ୍ୟ ମାନ୍ୟତା ଦେବାକୁ ସୁବ୍ରମଣିୟମ ସ୍ୱାମୀଙ୍କ ଆବେଦନ

ଜୁଲାଇ ୨୬ରେ ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାମ ସେତୁକୁ ଜାତୀୟ ଐତିହ୍ୟ ମାନ୍ୟତା ଦେବା ନେଇ ଆଜି(୧୩ ଜୁଲାଇ) ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ବିଜେପି ନେତା ଡ. ସୁବ୍ରମଣ୍ୟମ ସ୍ୱାମୀ। କୋର୍ଟ ମଧ୍ୟ ଏହି ଆବେଦନକୁ ସ୍ୱୀକାର କରି ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଜୁଲାଇ ୨୬ ତାରିଖରେ ଆବେଦନର ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି।

ଆଜି ମାମଲା ଆବେଦନ ହେବା ପରେ ଶୁଣାଣି କରିବାକୁ ମୁଖ୍ୟ ବିଚାରପତି ଏନ୍‌.ଭି ରମଣାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ରମଣା ପ୍ରଥମେ କହିଲେ ଯେ ଏହି ମାମଲାକୁ ଆମେ ଦେଖିବୁ। ଆମକୁ ଗୋଟେ ସପ୍ତାହ ସମୟ ଦିଅ। ହେଲେ ପରେ ଜୁଲାଇ ୨୬ ତାରିଖରେ ମାମଲା ଶୁଣାଣି ହେବ ବୋଲି କହିଥିଲେ।

ମାମଲାର ଶୁଣାଣି ପାଇଁ ଅନେକ ଥର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ଚଳିତ ବର୍ଷ ଫେବ୍ରୁଆରୀରେ ମଧ୍ୟ ମାମଲାରେ ଶୁଣାଣି କରିବାକୁ ସେ କୋର୍ଟରେ ଆବଦେନ କରିଥିଲେ।  ଏନେଇ କେନ୍ଦ୍ର ସରକାର ମଧ୍ୟ ସତ୍ୟାପଠ ଦାଖଲ କରିଥିବା କୋର୍ଟକୁ ଜଣାଇଥିଲେ ସ୍ୱାମୀ।

୨୦୨୧ ଏପ୍ରିଲ ମାସରେ ସେତେବେଳର ମୁଖ୍ୟ ବିଚାରପତି ବୋବ୍‌ଡେଙ୍କୁ ମାମଲାର ଶୁଣାଣି ପାଇଁ ଆବେଦନ କରିଥିଲେ। ହେଲେ ସେତେବେଳେ ଏହି ମାମଲାକୁ ପରବର୍ତ୍ତୀ ସିଜେଆଇ ଶୁଣାଣି କରିବେ ବୋଲି ବୋବଡ଼େ କହିଥିଲେ। କାରଣ ସେ ସେହି ଏପ୍ରିଲ ମାସରେ ଅବସର ନେବାର ଥିଲା।

ଏକ ପ୍ରକାରର ପଥରରେ ଏହି ସେତୁ ନିର୍ମାଣ ହୋଇଛି। ତାମିଲନାଡୁର ଦକ୍ଷିଣପୂର୍ବ ଉପକୂଳରେ ଥିବା ରାମେଶ୍ୱରମ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମନାର ଦ୍ୱୀପକୁ ଏହି ସେତୁ ଯୋଡ଼ୁଛି। ହିନ୍ଦୁ ପୁରଣା ରାମାୟଣ ଅନୁସାରେ ଭଗବାନ ଶ୍ରୀ ରାମ ତାଙ୍କର ବାନର ସେନା ଦ୍ୱାରା ଏହି ସେତୁ ନିର୍ମାଣ କରାଇଥିଲେ। ତେଣୁ ଏହାର ଐତିହାସିକ ଗୁରୁତ୍ୱ ରହିଛି।

Related Articles

Back to top button