ସକାଳ ସାଢେ ୮ଟା ପରେ ବେଙ୍ଗାଲୁରୁ ସଡ଼କରେ ସ୍କୁଲ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି

ବେଙ୍ଗାଲୁରୁ: ଯାତ୍ରା ସମୟକୁ କମ କରିବା ତଥା ବେଙ୍ଗାଲୁରୁରେ ଯାତାୟାତ ସୁଲଭ କରିବା ପାଇଁ ପଦକ୍ଷେପ ନିଆଯାଇଛି। ବେଙ୍ଗାଲୁରୁ ଯାତାୟାତ ପୋଲିସ ଏ ବାବଦେ ପଦକ୍ଷେପ ନେଇଥିବା ବେଳେ ପୂର୍ବାହ୍ନ ସାଢେ ୮ଟା ପରେ ସଡକରେ ସ୍କୁଲ ବସ୍‌ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ନବ ନିଯୁକ୍ତ ଟ୍ରାଫିକ କମିଶନର ଏମ.ଏ.ସଲିମ ଏହି ପଦକ୍ଷେପ ନେଇଥିବାବେଳେ ଅଫିସ ଓ ସ୍କୁଲ ସମୟକୁ ଅଲଗା ଅଲଗା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜରିମନା ଲାଗି ମଧ୍ୟ ପ୍ରାବଧାନ କରାଯାଇଛି। ଏଥିରେ ସକାଳ ୮ଟା ୧୫ ପରେ ସ୍କୁଲ ବସ୍‌ ଛାତ୍ରଛାତ୍ରୀଙ୍କୁ ଛାଡି ପରିସରରେ ପାର୍କିଂ କରିବେ ବୋଲି କୁହାଯାଇଛି। ଟ୍ରାଫିକ କମିଶନର ଏମ.ଏ.ସଲିମ ‘ଡେଡିକେଟେଡ କ୍ୟାରେଜ୍ ୱେ’କୁ ରାଜଧାନୀରେ ପ୍ରଭାବୀ ଢଙ୍ଗରେ ଲାଗୁ କରାଯିବ ବୋଲି କହିଛନ୍ତି। ଏଥିଲାଗି ଟ୍ରାଫିକ କମିଶନର ସ୍କୁଲ ପ୍ରବନ୍ଧନମାନଙ୍କୁ କ୍ଲାସ୍ ଶୀଘ୍ର ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେଇଥିବାର କହିଛନ୍ତି।

ସେହିପରି ପିଲାଙ୍କୁ ସ୍କୁଲ ନେବା ଆଣିବା ଲାଗି ଅଭିଭାବକଙ୍କୁ ଏକ ପ୍ରବେଶ ଓ ଏକ ପ୍ରସ୍ଥାନ ବିନ୍ଦୁ ଦିଆଯିବ। ତେବେ ପିକ୍ ଆୱାରରେ ଟ୍ରାଫିକରୁ ସ୍କୁଲ ଗାଡିକୁ କାଢିବାକୁ ନିଷ୍ପତ୍ତି ହୋଇଥିବା ଟ୍ରାଫିକ କର୍ମଚାରୀ କହିଛନ୍ତି। ଏଥିରେ ସ୍କୁଲ ବସ୍‌ମାନଙ୍କୁ ୮ଟା ୧୫ ମିନିଟ୍ ସୁଦ୍ଧାଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପହଞ୍ଚାଇବାକୁ ପଡିବ। ଏଣୁ ଆମେ ପୂର୍ବରୁ ଏଥିଲାଗି ସ୍କୁଲ ପ୍ରବନ୍ଧନମାନଙ୍କୁ ଜଣାଇ ସାରିଥିବା ଟ୍ରାଫିକ ଅଧିକାରୀ କହିଛନ୍ତି।

Related Articles

Back to top button