ଆସାମ ତାଣ୍ଡବ ରଚିଲା ବାତ୍ୟା ‘ସିତରଙ୍ଗ’: ମେଘାଲୟ, ମିଜୋରାମ ଓ ତ୍ରିପୁରାରେ ହାଇ ଆଲର୍ଟ

ଗୌହାଟୀ: ବାଂଲାଦେଶରେ ତାଣ୍ଡବ ରଚିବା ପରେ ସାମୁଦ୍ରିକ ବାତ୍ୟା ‘ସିତରଙ୍ଗ’ ଆସାମ ପହଞ୍ଚିଛି। ଆସାମରେ ମଧ୍ୟ ବାତ୍ୟା ତାଣ୍ଡବ ରଚିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ସାମୁଦ୍ରିକ ବାତ୍ୟା ଆଗାମୀ ୬ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆସାମ, ମେଘାଲୟ, ମିଜୋରାମ ଓ ତ୍ରିପୁରାରେ ଘଣ୍ଟା ପ୍ରତି ୨୫ରୁ ୩୫ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବ। ତେବେ କ୍ରମଶଃ ହ୍ରାସ ହେବ।

ସେହିପରି ପୂର୍ବୋତ୍ତର ଆସାମ, ଆସାମ, ମେଘାଲୟ ଓ ନାଗାଲ୍ୟାଣ୍ଡର ସ୍ଥାନେ ସ୍ଥାନେ ଭୀଷଣରୁ ଭୀଷଣ ବର୍ଷା ହେବାରୁ ଥିବା ବେଳେ କେଉଁଠି କେଉଁଠି ହାଲୁକା ବର୍ଷା ହେବ। କୋଲକାତାସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ସାମୁଦ୍ରିକ ବାତ୍ୟା ସିତରଙ୍ଗ ରାତି ପ୍ରାୟ ସାଢେ ୯ଟାରୁ ୧୧ଟା ମଧ୍ୟରେ ବାଂଲାଦେଶର ବାରିସଲ ନିକଟରେ ତିନୋକନା ଦ୍ୱୀପ ଓ ସାଣ୍ଡୱିଚ୍‌ ମଧ୍ୟ ଦେଇ ଘଣ୍ଟା ପ୍ରତି ୮୦ରୁ ୧୦୦ କିଲୋମିଟର ବେଗରେ ଭୂ-ଭାଗକୁ ପ୍ରବେଶ କରିଥିଲା।

ବାଂଲାଦେଶ ଗଣମାଧ୍ୟମ ଅନୁସାରେ ସାମୁଦ୍ରିକ ବାତ୍ୟା ସିତରଙ୍ଗ ପ୍ରଭାବରେ ଦକ୍ଷିଣ-ପୂର୍ବ ବାଂଲାଦେଶରେ ଭୀଷଣ ବର୍ଷା ହୋଇଛି। ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହା କ୍ରମଶଃ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିବର୍ତ୍ତିତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛନ୍ତି।

Related Articles

Back to top button