ଗିରଫ ହେବେ ସୀମା ହାଇଦର

ପାକିସ୍ତାନରୁ ଚାଲି ଆସିଥିବା ଯୁବତୀ ସୀମା ହାଇଦରଙ୍କୁ ନେଇ ସାରା ଭାରତରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ତାଙ୍କୁ ଗିରଫ କରାଯିବା ପାଇଁ ଦାବି ଉଠିଛି । ତେବେ ଏହାକୁ ନେଇ ଏବେ ପାକିସ୍ତାନରେ ମଧ୍ୟ ସ୍ଥିତି ଭୟଙ୍କର ହେଉଛି । ଏହି ମାମଲା ଯୋଗୁଁ ପାକିସ୍ତାନର ବିଭିନ୍ନ ହିନ୍ଦୁ ମନ୍ଦିର ଉପରେ ରକେଟ ଆକ୍ରମଣ ମଧ୍ୟ ଆରମ୍ଭ ହୋଇଗଲାଣି । ତେଣୁ ଏଭଳି ପରିସ୍ଥିତିରେ ଏହାର ତଦନ୍ତ ଦାୟିତ୍ୱ ଏଟିଏସ ଯାଇଛି, ତେଣୁ ସୀମା ଏବେ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି ।

କେନ୍ଦ୍ର ଗୁପ୍ତଚର ସଂସ୍ଥା ସହିତ ୟୁପି ଏଟିଏସ ସମନ୍ୱୟ ରଖିବା ସହିତ ସୀମା ଏବଂ ତାଙ୍କ ସମ୍ପର୍କ ବିଷୟରେ ଖୋଳତାଡ଼ ଆରମ୍ଭ କରିଛି । ଏହାବ୍ୟତୀତ ନୋଏଡା ଏବଂ ଗାଜିଆବାଦ ପୋଲିସ କମିସନରେଟ ମଧ୍ୟ ଏଟିଏସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପାଇଁ ସାହାଯ୍ୟର ହାତ ମାଗିଛି । ରିପୋର୍ଟ ମୁତାବକ, ପାକିସ୍ତାନରୁ ଦୁବାଇ ଏବଂ ପରେ ନେପାଳ ରାସ୍ତାରେ ଭାରତ ଆସିଥିବା ସୀମାଙ୍କ ନେଟୱାର୍କକୁ ନେଇ ତନାଘନା ଆରମ୍ଭ କରିଛି ଏଟିଏସ । ଏହାବ୍ୟତୀତ ଭାରତ ଆସିବାରେ ସୀମା କେଉଁ କେଉଁ ମୋବାଇଲ ନମ୍ବର ବ୍ୟବହାର କରିଛି, ସେ ନେଇ ମଧ୍ୟ ଯାଞ୍ଚ କରାଯାଉଛି । ଏହାସହିତ ସଚିନଙ୍କ ସହ ସମ୍ପର୍କ ଏବଂ ଉଭୟଙ୍କ ମଧ୍ୟରେ କେଉଁ କେଉଁ ମୋବାଇଲ ନମ୍ବରରେ ସମ୍ପର୍କ କରାଯାଇଛି ଏ ସମସ୍ତ ତଥ୍ୟ ଗୋଟାଇବାରେ ଲାଗିଛି ତଦନ୍ତକାରୀ ଟିମ୍ । ତେବେ ବିନା କାହା ସାହାଯ୍ୟରେ ସୀମା ଦୁବାଇ ରାସ୍ତା ଦେଇ ନେପାଳ ଏବଂ ଭାରତରେ ପ୍ରବେଶ କରୀିବା ଘଟଣା ସହଜରେ ଗ୍ରହଣ କରି ପାରିନି ଏଟିଏସ । ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି ପାକିସ୍ତାନରେ ଥିବା ସମ୍ପର୍କ ମାଧ୍ୟମରେ ସେମା ହାଇଦାରଙ୍କ ସମ୍ପୂର୍ଣ୍ଣ ପ୍ରୋଫାଇଲ୍ ଅନୁସନ୍ଧାନ କରୁଛି। ତାଙ୍କ ଘର ଏବଂ ପରିବାର ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି ।

କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ତଦନ୍ତ ଆରମ୍ଭ କରିବା ପରେ ନୋଏଡା ପୋଲିସ ସୀମା ଯାଦବଙ୍କ ଜାମିନକୁ ବାତିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସୀମା ପ୍ରମାଣକୁ ପ୍ରଭାବିତ କରିଥାଇପାରେ କିମ୍ବା ପଳାଇ ଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଆଇନଗତ ପରାମର୍ଶ ନେବା ପରେ ପୋଲିସ ଜାମିନ ନାମଞ୍ଜୁର ହେବା ପାଇଁ କୋର୍ଟରେ ଆବେଦନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଏପରି ପରିସ୍ଥିତିରେ, ଯଦି ସୀମାରେ ଥିବା ଆଇନଗତ ସ୍କ୍ରୁଗୁଡିକ କଡାକଡି କରାଯାଏ, ତେବେ ସଚିନଙ୍କ ଅସୁବିଧା ବଢିପାରେ ।

Related Articles

Back to top button