ନିର୍ବାଚନ ଲଢ଼ିବେ ସୀମା
ସଚିନ୍ଙ୍କ ପ୍ରେମରେ ପଡ଼ି ଚାରି ପିଲାଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦାର ଏବେ ଫିଲ୍ମ ସାଇନ୍ କରିଛନ୍ତି। ଖୁବ୍ ଶୀଘ୍ର ସେ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି। ଆପଣ ନିଶ୍ଚିତ ଭାବରେ ଏହି ଖବର ଶୁଣିଥିବେ। ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଏକ ଦଳ ସୀମାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି।
ଦଳରେ ଯୋଗଦେବା ପାଇଁ ଏନଡିଏର ସହଯୋଗୀ ଓ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ସୀମା ହାଇଦରଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି। କୁହାଯାଉଛି ଯେ ସୀମା ହାଇଦର ଆରପିଆଇର ପ୍ରସ୍ତାବ ଗ୍ରହଣ କରିଛନ୍ତି। ଦଳର ଅଧିକାରୀମାନେ ଦାବି କରିଛନ୍ତି ଯେ ସୀମାଙ୍କୁ ଦଳର ମହିଳା ୱିଙ୍ଗର ସଭାପତି କରାଯିବ। ଏହା ସହିତ ତାଙ୍କ କଥା କହିବା ଶୈଳୀକୁ ବିଚାର କରି ଦଳର ମୁଖପାତ୍ର ମଧ୍ୟ କରାଯିବ। ତେବେ ବର୍ତ୍ତମାନ ସୁରକ୍ଷା ଏଜେନ୍ସି ଦ୍ବାରା ସୀମାଙ୍କୁ କ୍ଲିନ୍ ଚିଟ୍ ମିଳିବା ପର୍ଯ୍ୟନ୍ତ ଦଳ ଅପେକ୍ଷା କରିଛି।
ସୂଚନା ପ୍ରଦାନ କରି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମାସୁମ୍ କିଶୋର କହିଛନ୍ତି ଯେ ସୀମା ହାଇଦାର ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଭାରତ ଆସିଛନ୍ତି। ଯଦି ସୀମାଙ୍କୁ ଆମର ସୁରକ୍ଷା ଏଜେନ୍ସି ଦ୍ୱାରା କ୍ଲିନ୍ ଚିଟ୍ ଓ ଭାରତୀୟ ନାଗରିକତା ମିଳେ, ତେବେ ତାଙ୍କୁ ଦଳକୁ ସ୍ୱାଗତ କରାଯିବ। ବାବା ସାହେବଙ୍କ ଦ୍ବାରା ପ୍ରସ୍ତୁତ ନିୟମ ଅନୁଯାୟୀ, ଯାହାର ଭାରତୀୟ ନାଗରିକତା ଅଛି ସେ ଯେକୌଣସି ସ୍ଥାନରେ ନିର୍ବାଚନ ଲଢ଼ିପାରିବ।