ଏଣିକି ଅନଲାଇନ ମାଧ୍ୟମରେ ଆର୍ମି ନିଯୁକ୍ତି ପରୀକ୍ଷା ହେବ

ଭୁବନେଶ୍ୱର: ଏଣିକି ଅନଲାଇନ ମାଧ୍ୟମରେ ଆର୍ମି ନିଯୁକ୍ତି ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଅନଲାଇନ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ନିଯୁକ୍ତି ତାଲିକାକୁ ଡକାଯିବ ବୋଲି ସୂଚନା ଦିଆଯାଇଛି। ସୂଚନାମୁତାବକ ନିଯୁକ୍ତି ରାଲିରେ ଶାରୀରିକ ପରୀକ୍ଷା ପରେ ମେଡିକାଲ ଟେଷ୍ଟ ହେବ । ଏହା ପରେ ସଫଳ ଏବଂ ଚୟନ ହୋଇଥିବା ପ୍ରାର୍ଥୀ ମାନଙ୍କ ନାମ ଅନ୍ତିମ ଯୋଗ୍ୟତା ତାଲିକାରେ ପ୍ରକାଶ ପାଇବ ।

ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ମାଧ୍ୟମରେ ଏହି ଟେଷ୍ଟ ହେବ । ଉଭୟ ଅଗ୍ନିବୀର ଓ ଅଣ ଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ଅନଲାଇନ ଟେଷ୍ଟ ହେବ ବୋଲି ସୂଚନା ଦିଆଯାଇଛି । ଯେଉଁ ମାନେ ଇଚ୍ଛୁକ ପ୍ରାର୍ଥୀ ରହିଛନ୍ତି ସେମାନେ ଏହି ଅନଲାଇନ ପ୍ରବେଶିକ ପରୀକ୍ଷା ଦେଇପାରିବେ ।ଏହା ପରେ ଯାଇଁ ସେମାନେ ଅନ୍ତିମ ପର୍ଯ୍ୟାୟରେ ନିଜ ନାମ ପାଇ ପାରିବେ ।

Related Articles

Back to top button