ଜାମ୍ମୁ-କାଶ୍ମୀରର ନୂଆ ଡିଜିପି ଓଡ଼ିଆ ପୁଅ

ଜାମ୍ମୁ-କାଶ୍ମୀରର ପୁଲିସ ମହାନିର୍ଦେଶକ (ଡିଜିପି) ଭାବେ ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଫିସର ରଶ୍ମିରଞ୍ଜନ ସ୍ବାଇଁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସେ ଏହି କେନ୍ଦ୍ର ଶାସିତ ଅଞ୍ଚଳର ୧୭ତମ ପୁଲିସ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଜାମ୍ମୁ-କାଶ୍ମୀର ଡିଜିପି ଥିବା ଦିଲ୍‌ବାଗ ସିଂହଙ୍କ ଠାରୁ ଶ୍ରୀ ସ୍ବାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୧ ବ୍ୟାଚ୍‌ ଏଜିଏମୟୁଟି କ୍ୟାଡର ଆଇପିଏସ୍ ଶ୍ରୀ ସ୍ବାଇଁ ଜାମ୍ମୁ-କାଶ୍ମୀରରେ ୧୫ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ସେ ରାମବାନ, ପୁଞ୍ଚ ଓ ଲେହ ଜିଲାର ଏସଏସପି ଭାବେ କାର୍ଯ୍ୟ କରିଛନ୍ତି।

କାର୍ଯ୍ୟଭାର ଗ୍ରହଣ କରିବା ପରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ସେ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟାବସ୍ଥାର ସମୀକ୍ଷା କରିଛନ୍ତି।

Related Articles

Back to top button