ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀନ ଖାନ୍ନା ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନ ବିଚାରପତି

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀନ ଖାନ୍ନା ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ)। ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କରିବା ପରେ ଏ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆସନ୍ତା ନଭେମ୍ବର ୧୦ ତାରିଖରେ ସିଜେଆଇ ଚନ୍ଦ୍ରଚୂଡ଼ ଅବସର ଗ୍ରହଣ କରିବେ। ଜଷ୍ଟିସ ଖାନ୍ନାଙ୍କୁ ନିଯୁକ୍ତ କରାଗଲେ ସେ ଏହି ପଦବୀରେ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କାରଣ ୨୦୨୫ ମେ ମାସ ୧୩ ତାରିଖରେ ଜଷ୍ଟିସ ଖାନ୍ନାଙ୍କ ଅବସର କାଳ ଶେଷ ହେଉଛି।ସିଜେଆଇ ଚନ୍ଦ୍ରଚୂଡ଼ ୨ବର୍ଷର କାର୍ଯ୍ୟକାଳ ସମୟରେ ନ୍ୟାୟିକ ବ୍ୟବସ୍ଥାର କାର୍ଯ୍ୟକାରିତାରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ବହୁ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି ବି କରିଛନ୍ତି। ଗତ ସପ୍ତାହରେ କେନ୍ଦ୍ର ସରକାର ସିଜେଆଇଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ ଜଣାଇଥିଲେ। ଏହା ପରେ ସିଜେଆଇ ଚନ୍ଦ୍ରଚୂଡ଼ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କରିଛନ୍ତି।

Related Articles

Back to top button