ଭାରତକୁ ଆଡ ଆଖିରେ ଚାହିଁଲେ ଏଣିକି ସ୍ୱପ୍ନ ଠୁ ବି ଭୟଙ୍କର ଜବାବ ଦେବେ ସେନା

ପୁଣି ପାକିସ୍ତାନ ଉପରେ ବର୍ଷିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଦିଲ୍ଲୀରେ ଏକ ବିଏସଏଫ କାର୍ଯ୍ୟକ୍ରମରେ ଶାହା ପାକିସ୍ତାନ ଉପରେ ବର୍ଷିବା ସହ ଅପରେସନ୍ ସିନ୍ଦୂର ବିଷୟରେ କହିଥିଲେ । ଶାହା କହିଛନ୍ତି, ’ଅପରେସନ୍ ସିନ୍ଦୂର ପାକିସ୍ତାନର ମୁଖା ଖୋଲିଦେଇଛି। ଅପରେସନ ସିନ୍ଦୂର ଜରିଆରେ ଭାରତ ଠିକ୍ ସମୟରେ ଉଚିତ୍ ଜବାବ ଦେଇଛି । ଯେଉଁ ଉପୟାରେ ଶତ୍ରୁ ଦେଶକୁ ଜବାବ ଦିଆଗଲା, ଏଥିପାଇଁ ସାରା ବିଶ୍ୱ ଭାରତକୁ ପ୍ରଂଶସା କରୁଛି । ଭାରତକୁ ଆଡ ଆଖିରେ ଚାହିଁଲେ ଏଣିକି ସ୍ୱପ୍ନ ଠୁ ବି ଭୟଙ୍କର ଜବାବ ଦେବେ ସେନା । ବିଏସ୍ଏଫ୍ ଥିବା ଯାଏଁ ପାକିସ୍ତାନ ସେନା ଇଞ୍ଚେ ବି ଆଗକୁ ବଢ଼ି ପାରିବନି। ଅପରେସନ ସିନ୍ଦୂରରେ ୯ଟି ଆତଙ୍କୀ ଠିକଣାକୁ ଧ୍ବଂସ କରାଯାଇଛି’।

ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି, ପ୍ରଥମ ଥର ପାଇଁ, ଆମେ ପାକିସ୍ତାନରେ ପ୍ରବେଶ କରି ଉରି ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଥିଲୁ। ବାଲାକୋଟ ଭିତରେ ପ୍ରବେଶ କରି ଉରି ଅପେକ୍ଷା କଠୋର ଜବାବ ଦିଆଯାଇଥିଲା। ଆମେ ଏବେ ଅପରେସନ ସିନ୍ଦୂର ମଧ୍ୟମରେ ଆଉ ଏକ କଡ଼ା ଜବାବ ଦେଇଛୁ।ଅପରେସନ ସିନ୍ଦୂରକୁ ସଫଳ ବୋଲି ବର୍ଣ୍ଣନା କରି ଅମିତ ଶାହ କହିଛନ୍ତି, ଅପରେସନ ସିନ୍ଦୂର ଦ୍ବାରା ଆତ୍ମନିର୍ଭର ଭାରତର ସଫଳତାକୁ ଦେଖିଲୁ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି, ଆଗକୁ ବି ଜାରି ରହିବ। ମେ 8 ତାରିଖରେ ଦୁଇଟି ବଡ଼ ଆତଙ୍କବାଦୀ ଶିବିର ଧ୍ୱଂସ କରାଯାଇଥିଲା। ଆମେ ସେନା କିମ୍ବା ଏୟାରବେସକୁ ଛୁଇଁ ନଥିଲୁ, ଆମେ କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲୁ, କିନ୍ତୁ ପାକିସ୍ତାନ ପ୍ରମାଣ କରିଛି ଯେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ସେମାନଙ୍କ ସେନା ଉପରେ ଆକ୍ରମଣ। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଆମ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏବଂ ଆମେ ୯ ତାରିଖରେ ସେମାନଙ୍କର ଏୟାରବେସ୍ ଉଡ଼ାଇ ଦେଇଥିଲୁ।

Related Articles

Back to top button