ଅଭିନେତ୍ରୀ ପବିତ୍ରା ଲୋକେଶଙ୍କୁ ଚତୁର୍ଥ ଥର ପାଇଁ ବିବାହ କଲେ ଅଭିନେତା ନରେଶ ବାବୁ

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର ମହେଶ ବାବୁଙ୍କ ଭାଇ ତଥା ଅଭିନେତା ନରେଶ ବାବୁ ଚତୁର୍ଥ ଥର ପାଇଁ ବିବାହ କରିଛନ୍ତି । ୫୯ ବର୍ଷ ବୟସରେ ଚତୁର୍ଥଥର ବିବାହ କରି ଟ୍ରୋଲର ଶିକାର ହୋଇଛନ୍ତି ନରେଶ ବାବୁ। ଏହି ବିବାହକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିବା ସହ ସୋସିଆଲ ମିଡିଆ ବ୍ୟବହାରକାରୀ  ନରେଶ ବାବୁଙ୍କୁ ତାତ୍ସଲ୍ୟ କରି ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ଅଭିନେତା ତଥା ସିନେ-ନିର୍ମାତା ନରେଶ ବାବୁ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ୪୪ ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶଙ୍କୁ ନିଜ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି । ଏହି ବିବାହକୁ ନେଇ କିଛି ଲୋକ ନରେଶଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ବିବାହର କିଛି ଭିଡିଓ ଟ୍ୱିଟରରେ ସେୟାର କରିବା ସହ ନରେଶ ବାବୁ ଲେଖିଛନ୍ତି ଯେ, ‘ ଆମର ଏହି ନୂଆ ଜୀବନ ଯାତ୍ରାରେ ଆଜୀବନ ଶାନ୍ତି ସୁଖ ପାଇଁ ସମସ୍ତଙ୍କର ଆଶୀର୍ବାଦ ଓ ପ୍ରାର୍ଥନା ଆବଶ୍ୟକ’ ।

ନରେଶ ବାବୁ ଏହା ପୂର୍ବରୁ ୩ଥର ବିବାହ କରିଛନ୍ତି । ନରେଶଙ୍କ ତିନିଜଣ ପତ୍ନୀ ଜଣେଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ କନ୍ୟା ହୋଇଥିବାବେଳେ ଏବେ ତାଙ୍କର ଚତୁର୍ଥଥର ବିବାହ ଚର୍ଚ୍ଚାରେ ରହିଛି।

ଏହି ବିବାହକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ‌ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଆଉ କେତେଥର ବିବାହ କରିବ, ଆଉ କେତେଥର ଘୋଡା ଚଢ଼ିବ ନରେଶ ବାବୁ।’ ଆଉ ଜଣେ ଲେଖିଛନ୍ତି, ‘ଆଣ୍ଟି ୱେଡସ ଅଙ୍କଲ’।

Related Articles

Back to top button