ଅଞ୍ଜଳିଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଶାହରୁଖ ଖାନ୍‌

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା । ଅଞ୍ଜଳିଙ୍କ ପରିବାର ସହ ଠିଆ ହେଲେ ଅଭିନେତା ଶାହରୁଖ୍‌ ଖାନ୍‌ । ମିର୍‌ ଫାଉଣ୍ଡେସନ୍‌ ପକ୍ଷରୁ ଯୋଗାଇଲେ ଆର୍ଥିକ ସହାୟତା । ଶାହାରୁଖ ଖାନ୍‌ ନିଜର ମିର ଫାଉଣ୍ଡେସନ ଦ୍ୱାରା ଗରୀବ ଓ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିଥାନ୍ତି ।

ଶାହରୁଖଙ୍କ ଏନଜିଓ ମିର ଫାଉଣ୍ଡେସନ ପକ୍ଷରୁ ଅଞ୍ଜଳିଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆାଯାଇଛି । ଅଞ୍ଜଳିଙ୍କ ମାମୁଙ୍କ କହିବା ଅନୁଯାୟୀ,  ଗତକାଲି ସନ୍ଧ୍ୟାରେ ମୀର ଫାଉଣ୍ଡେସନ ପକ୍ଷରୁ ଅଞ୍ଜଳିଙ୍କ ପରିବାରକୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ତେବେ ତାଙ୍କୁ କେତେ ଆର୍ଥିକ ସହାୟତା ଦେଲେ ସେ ନେଇ ମୁହଁ ଖୋଲି ନାହାନ୍ତି ପରିବାର ଲୋକେ ।

ସୂଚନା ଅନୁଯାୟୀ, କିଛିଦିନ ତଳେ ଅଞ୍ଜଳି ନାଇଟ ସେଲିବ୍ରେସନ ସାରି ସ୍କୁଟିରେ ଫେରୁଥିବା ବେଳେ ଗୋଟଏ କାର ସହ ଦୁର୍ଘଟଣା ଘଟିଥିଲା । ରାଜରାସ୍ତାରେ କାର୍‌ଟି ପ୍ରାୟ ୧୨ କିଲୋମିଟର ଯାଏ ଅଞ୍ଜଳିଙ୍କୁ ଘୋଷାଡି ନେଇଥିଲା । ଫଳରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଥିଲା। ଅଞ୍ଜଳି ତାଙ୍କ ପରିବାର ପୋଷୁଥିଲେ କିନ୍ତୁ ସେ ଚାଲିଯିବା ପରେ ତାଙ୍କ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ହେଲେ ଏହି ଦୁଃଖ ସମୟରେ ଶାହାରୁଖ୍‌ ଅଞ୍ଜଳିଙ୍କ ପରିବାର ନିକଟରେ ଠିଆ ହୋଇ ତାଙ୍କୁ ସହାୟତା କରିଛନ୍ତି ।

Related Articles

Back to top button