ଦ୍ବିତୀୟ ଥର ପାଇଁ ଟପ ସେଣ୍ଟ୍ରାଲ ବ୍ୟାଙ୍କର ଚୟନ ହୋଇଛନ୍ତି ଶକ୍ତିକାନ୍ତ ଦାସ

ପୁଣି ଥରେ ବିଶ୍ବରେ ଚମକିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦ୍ବିତୀୟ ଥର ପାଇଁ ଟପ ସେଣ୍ଟ୍ରାଲ ବ୍ୟାଙ୍କର ଚୟନ ହୋଇଛନ୍ତି ଶକ୍ତିକାନ୍ତ ଦାସ । ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ ତାଙ୍କୁ ଏ ପ୍ଲସ ରେଟିଂ ମିଳିଛି । ମହଙ୍ଗା ନିୟନ୍ତ୍ରଣ, ଇକୋନମିକ ଗ୍ରୋଥ, କରେନ୍ସୀର ସ୍ଥାୟିତ୍ବ ଓ ସୁଧ ହାର ନିୟନ୍ତ୍ରଣ ପାଇଁ ଶକ୍ତିକାନ୍ତ ଦାସଙ୍କୁ ଏହି ସମ୍ମାନ ମିଳିଛି ।ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର ଅଟନ୍ତି । ୧୯୮୦ ବ୍ୟାଚର ସେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅଟନ୍ତି । ଶକ୍ତିକାନ୍ତଙ୍କ ନେତୃତ୍ବରେ ଆରବିଆଇ ଦେଢ ବର୍ଷ ଧରି ସୁଧ ଦର ସ୍ଥିର ରହିଛି । ଏହା ସହ ମହଙ୍ଗା ନିୟନ୍ତ୍ରଣ କରିଛନ୍ତି ଆରବିଆଇ । ସେହିପରି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶ ୮ ପ୍ରତିଶତରୁ ଅଧିକ ଆର୍ଥିକ ବୃଦ୍ଧି ଦର ବି ହାସଲ କରିଛି ।

Related Articles

Back to top button