ଶ୍ରଦ୍ଧା ହତ୍ୟା ଘଟଣା: ଚାଇନିଜ ଚାପଡରେ ଶ୍ରଦ୍ଧାଙ୍କ ଶରୀରକୁ ଟୁକୁଡା ଟୁକୁଡା କରିଥିଲା ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ । ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟରେ  ଗୋଟି ଗୋଟି ସତ ଉଗାଳିଛି  ଅଫତାବ । ୨ ଜଣ ଡାକ୍ତର, ଜଣେ ସାଇକୋଲୋଜିଷ୍ଟ ଓ ୨ଜଣ ଫଟୋ ବିଶେଷଜ୍ଞଙ୍କ  ଉପସ୍ଥିତିରେ ୨ ଘଣ୍ଣା ଧରି ହୋଇଥିଲା ଜେରା । ଜେରାବେଳେ ଲିଭ୍ ଇନ ପାର୍ଟନର ଶ୍ରଦ୍ଧାଙ୍କୁ କାହିଁକି ମାରିଲା, କିପରି ମାରିଲା ସବୁ ସତ ମାନିଛି ଅଫତାବ । ଏପରିକି ମୃତ ଦେହ ଖଣ୍ଡକୁ କେଉଁଠି କେଉଁଠି ପକାଇଛି ତାହା ମଧ୍ୟ କହିଛି ।

ଶ୍ରଦ୍ଧା-ଅଫତାବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଫାଟର ଅନ୍ୟତମ କାରଣ ମଧ୍ୟ ଥିଲା ଅର୍ଥ   । ଶ୍ରଦ୍ଧା ଜାଣି ସାରିଥିଲେ ଅଫତାବଙ୍କ ନଜର ତାଙ୍କ ଟଙ୍କା ଉପରେ ।  ଏପରିକି ଘର ଚଳାଇବା ଖର୍ଚ୍ଚକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା ।  ତେଣୁ ଶ୍ରଦ୍ଧା ତାଙ୍କୁ ଛାଡ଼ି ଚାଲିଯିବାକୁ ଚାହୁଁଥିଲେ । ଏଥି ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗୁଥିଲା ।  ମେ’ ୧୮ ତାରିଖରେ ଏହି ପାଟିତୁଣ୍ଡ ଭୟଙ୍କର ରୂପ ନେଇଥିଲା। ଶେଷରେ ଅଫତାବ ନିଜ ରାଗକୁ ସହ୍ୟ ନ କରିପାରି ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ନାର୍କୋ ଟେଷ୍ଟ ବେଳେ କହିଥିବା ଜଣାପଡ଼ିଛି। ତେବେ ଶ୍ରଦ୍ଧାଙ୍କ କଟା ମୁଣ୍ଡକୁ  କେଉଁଠି ଲୁଚାଇଛି ତାହାର ଉତ୍ତର ଦେଇନାହିଁ ଅଫତାବ । କେବଳ ଦିଲ୍ଲୀ ଉପକଣ୍ଠ ମେହରଉଲି ଜଙ୍ଗଲରେ ମୁଣ୍ଡକୁ ଫିଙ୍ଗିଥିବା କହିଛି ।

ଏବେ ସାମ୍ନାକୁ ଆସିଛି ଆଉ ଏକ ଚମକାଇବା ପରି ତଥ୍ୟ । ଶ୍ରଦ୍ଧାଙ୍କୁ ମାରିବା ପାଇଁ ଅଫତାବ ଏକ ଚାଇନିଜ ଚାପଡ ଆଣିଥିଲା । ଏଥିରେ ଶ୍ରଦ୍ଧାଙ୍କ ଶରୀରକୁ ଟୁକୁଡା ଟୁକୁଡା କରିଥିଲା । ପୋଲିସ ଶୃଫତାବଙ୍କ ଫ୍ଲାଟରୁ ଅନେକ ହତିଆାର ଜବତ କରିଛି । ହତ୍ୟାକାଣ୍ଡରେ ଏସବୁ ହତିଆର ବ୍ୟବହାର କରିଥିବା ପୋଲିସ କହିଛି ।ତେବେ ଏହି ଚାପଡ କେଉଁଠୁ ଅଫତାବ କିଣିଥିଲା ତାହାର ତଦନ୍ତ କରୁଛି ପୋଲିସ ।

ଏସବୁ ମେ’ ୧୮ ତାରିଖ ପୂର୍ବରୁ ଏସବୁ କିଣାଯାଇଛି ନା ନାହିଁ ପୋଲିସ ତାହାର ତଦନ୍ତ କରୁଛି ।   ଅଫତାବ ସବୁବେଳେ ଗୋଟିଏ କଥା ଦୋହରାଉଛି ଯେ, ରାଗରେ ସେ ଶ୍ରଦ୍ଧାକୁ ହତ୍ୟା କରିଛି । ତେବେ ପୋଲିସର କହିବା ଅନୁଯାୟୀ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ  ଅନେକ ମାସ ଯାଏ ଅଫତାବ ଶ୍ରଦ୍ଧାଙ୍କ ଫୋନ ନିଜ ପାଖରେ ରଖିଥିଲେ । ଏପରିକି ମୁମ୍ବାଇ ପୋଲିସ ଯେତେବେଳେ ଅଫତାବଙ୍କୁ ଜେରା ପାଇଁ ଡାକିଥିଲା ସେତେବେଳେ ମଧ୍ୟ ତାଙ୍କ ପାଖରେ ଶ୍ରଦ୍ଧାଙ୍କ ଫୋନ ଥିଲା । ପରେ ସେ ଏହି ଫୋନକୁ ମୁମ୍ବାଇରେ ସମୁଦ୍ରକୁ ଫୋପାଡି ଦେଇଥିଲା ।

Related Articles

Back to top button