ମୁମ୍ବାଇରେ ଶିବସେନା ଅଫିସ ସିଲ୍‌ କଲେ ସିନ୍ଧେ ସମର୍ଥକ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ଦଳ ବିଧାନ ଭବନରେ ଶିବସେନା ବିଧାନସଭା କାର୍ଯ୍ୟାଳୟକୁ ସିଲ କରିଛି। ମରାଠୀରେ ଏକ ନୋଟିସ ଶିବସେନା ବିଧାନସଭା ପାର୍ଟି କାର୍ଯ୍ୟାଳୟ ବାହାରେ ଲଗାଯାଇଛି।

ଯେଉଁଥିରେ ଲେଖା ଅଛି ଯେ ଶିବସେନା ବିଧାନସଭା ପାର୍ଟି କାର୍ଯ୍ୟାଳୟର ବିଧାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ ରହିଛି। ମହାରାଷ୍ଟ୍ରରେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ମିଳିତ ସହଯୋଗରେ ଗଠିତ ନୂତନ ସରକାର ରବିବାରଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନରେ ବହୁମତ ସାବ୍ୟସ୍ତ କରିବେ।

ରବିବାର ପୂର୍ବାହ୍ନ ୧୧ଟାରୁ ବିଧାନସଭା ପ୍ରକ୍ରିୟା ଆରମ୍ଭ ହୋଇ ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରାୟ ୧୩ ଦିନ ପରେ ରବିବାର ପ୍ରଥମ ଥର ପାଇଁ ସିନ୍ଧେ ଏବଂ ଠାକରେ ଦଳ ମୁହାଁମୁହିଁ ହେବେ। ସିନ୍ଧେଙ୍କ ପାଖରେ ୩୯ ବିଦ୍ରୋହୀଙ୍କ ସମର୍ଥନ ଥିବାବେଳେ ଠାକରେଙ୍କ ପାଖରେ ମାତ୍ର ୧୬ ଜଣ ବିଧାୟକ ରହିଛନ୍ତି।

Related Articles

Back to top button