
ଜେଲରେ ଭଗବତ ଗୀତା ରଖିବାକୁ ସିସୋଦିଆଙ୍କୁ ଅନୁମତି
ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ସିବିଆଇ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ରସ ଆଭେନ୍ୟ କୋର୍ଟ। ସିବିଆଇ ପକ୍ଷରୁ ତାଙ୍କ ରିମାଣ୍ଡ ମଗା ନଯିବାରୁ ତାଙ୍କୁ ତିହାର ଜେଲ ନଂ୧କୁ ପଠାଇ ଦିଆଯାଇଛି। ଜେଲରେ ସିସୋଦିଆଙ୍କୁ ଔଷଧ, ଚଷମା, ଡାଏରୀ, ପ୍ୟାନ୍ ଏବଂ ଭଗବତ ଗୀତା ରଖିବାକୁ ଅନୁମତି ଦିଆଯାଇଛି। ତାଙ୍କୁ ଧ୍ୟାନ କକ୍ଷ ବା ମେଡିଟେସନ ସେଲରେ ରଖିବାକୁ କୋର୍ଟ ଜେଲ ବିଭାଗକୁ କହିଛନ୍ତି । ତେବେ ଜେଲରେ କଏଦୀଙ୍କ ପାଇଁ ବିପଶନା (ଧ୍ୟାନ)ର ବ୍ୟବସ୍ଥା ରହିଛି ବୋଲି ଜେଲ ପ୍ରଶାସନ କୋର୍ଟଙ୍କୁ ଜଣାଇଛି। ଅନ୍ୟପକ୍ଷରେ ସିବିଆଇ କହିଛି ଯେ ଆମେ ବର୍ତ୍ତମାନ ସିସୋଦିଆଙ୍କୁ ରିମାଣ୍ଡରେ ନେବାକୁ ଚାହୁଁନାହୁଁ କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ରିମାଣ୍ଡରେ ପଚରାଉଚରା କରିବା ଆବଶ୍ୟକ ହେବ।
ଦିଲ୍ଲୀ ଅବକାରୀ ନୀତି ମାମଲାର ତଦନ୍ତରେ ସହଯୋଗ ନ କରିବା ଏବଂ ତଦନ୍ତକାରୀଙ୍କ ପ୍ରଶ୍ନକୁ ଏଡ଼ାଇବା ଅଭିଯୋଗରେ ସିବିଆଇ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଗତ ଫେବ୍ରୁଆରି ୨୬ରେ ଗିରଫ କରିଥିଲା। ଶନିବାର ସ୍ୱତନ୍ତ୍ର ସିବିଆଇ ଅଦାଲତ ସିସୋଦିଆଙ୍କ ହେପାଜତକୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଗିରଫ ହେବା ପରେ ଆପ୍ ନେତା ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ତେବେ ପ୍ରଥମେ ତଳ କୋର୍ଟ ଯିବାକୁ କୋର୍ଟ ତାଙ୍କୁ କହିଥିଲେ।
ଅନ୍ୟପକ୍ଷରେ ସିବିଆଇ କହିଛି ଯେ ଆମେ ବର୍ତ୍ତମାନ ସିସୋଦିଆଙ୍କୁ ରିମାଣ୍ଡରେ ନେବାକୁ ଚାହୁଁନାହୁଁ କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ରିମାଣ୍ଡରେ ପଚରାଉଚରା କରିବା ଆବଶ୍ୟକ ହେବ। ଦିଲ୍ଲୀ ଅବକାରୀ ନୀତି ମାମଲାର ତଦନ୍ତରେ ସହଯୋଗ ନକରିବା ଏବଂ ତଦନ୍ତକାରୀଙ୍କ ପ୍ରଶ୍ନକୁ ଏଡ଼ାଇବା ଅଭିଯୋଗରେ ସିବିଆଇ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଗତ ଫେବ୍ରୁଆରି ୨୬ରେ ଗିରଫ କରିଥିଲା । ଶନିବାର ସ୍ୱତନ୍ତ୍ର ସିବିଆଇ ଅଦାଲତ ସିସୋଦିଆଙ୍କ ହେପାଜତକୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଗିରଫ ହେବା ପରେ ଆପ୍ ନେତା ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ତେବେ ପ୍ରଥମେ ତଳ କୋର୍ଟ ଯିବାକୁ କୋର୍ଟ ତାଙ୍କୁ କହିଥିଲେ ।