ହେଲିକେପ୍ଟରରେ ଖାଲି ପାଦରେ ବସି ପ୍ରଭୁ ଶ୍ରୀରାମଙ୍କର ସୂର୍ଯ୍ୟ ତିଳକ ଦେଖିଲେ ମୋଦୀ

ଆଜି ପବିତ୍ର ରାମନବମୀ। ପ୍ରଭୁ ରାମଙ୍କ ଆଗମନରେ ସାରା ଦେଶ ସହ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି । ଦୀର୍ଘ ୫ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମ ନବମୀ। ଏହି ଅବସରରେ ପ୍ରଭୁ ରାମ ଲାଲାଙ୍କ ମସ୍ତକରେ ଅଭିଷିକ୍ତ ହୋଇଛି ସୂର୍ଯ୍ୟ ତିଳକ। ଗର୍ଭଗୃହରେ ବିରାଜିତ ରାମ ଲାଲାଙ୍କୁ ଲଲାଟରେ ସୂର୍ଯ୍ୟଙ୍କ କିରଣ ପକାଇ କରାଯାଇଛି ଦିବ୍ୟ ସୂର୍ଯ୍ୟ ତିଳକ। ଆଜି ଦିନ ୧୧ଟା ୫୮ ମିନିଟରୁ ମଧ୍ୟାହ୍ନ ୧୨ଟା ୩ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ତିଳକରେ ରାମଲାଲାଙ୍କ ମସ୍ତକ ଝଟକିଛି ।

ଏହି ଦିବ୍ୟ ମୁହୂର୍ତ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବ୍ୟ ଦୃଶ୍ୟକୁ ହେଲିକପ୍ଟରରେ ବସି ଟାବ୍‌ଲେଟ୍‌ରେ ଉପଭୋଗ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପିଏମ ମୋଦି ଟୁଇଟ୍‌ କରି କହିଛନ୍ତି, ନଲବାରୀ ସଭା ପରେ ଅଯୋଧ୍ୟା ର ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବାକୁ ସୌଭାଗ୍ୟ ମିଳିଲା । ପ୍ରଭୁ ରାମଙ୍କ ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ । ଏହି ସୂର୍ଯ୍ୟ ତିଲକ ନିଜର ଈଶ୍ୱରୀୟ ଶକ୍ତି ସହିତ ଏହି ଉପାୟରେ ବିକଶିତ ଭାରତର ପ୍ରତ୍ୟେକ ସଂକଳ୍ପକୁ ଆଲୋକିତ କରିବ ।

Related Articles

Back to top button